Breaking: ଏପ୍ରିଲ ୨ରେ ଯୁକ୍ତ ଦୁଇ ଥାତା ଦେଖା, ଏମପି ପିଲାଙ୍କର ବି ପ୍ରକାଶ ପାଇବ ରେଜଲ୍ଟ
ପରୀକ୍ଷା ବେଳେ କପି କରି ଧରା ପଡିଥିବା ପିଲାଙ୍କୁ ଆଶ୍ୱସ୍ତି। ଏମପି ହୋଇଥିବା ପିଲାଙ୍କର ବି ପ୍ରକାଶ ପାଇବ ପରୀକ୍ଷା ଫଳ।
ଭୁବନେଶ୍ୱର: ସରିଯାଇଛି +୨ ପରୀକ୍ଷା। ଏବେ କେବଳ ରେଜଲ୍ଟକୁ ଅପେକ୍ଷା। ହେଲେ ତା ପୂର୍ବରୁ ତ ମୁଲ୍ୟାୟନ ହେବା ନିହାତି ଜରୁରୀ। ତେଣୁ ଆସନ୍ତା ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତା ଦେଖା। ଯୁକ୍ତ ଦୁଇ ପିଲାଙ୍କ ଖାତା ଦେଖା ହେବା ନେଇ ସୂଚନା ଆସିଛି। ଏପ୍ରିଲ ୧୬ରୁ ୨୮ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା।
ହେଲେ ଏଥିରେ ଏମପି ପିଲାଙ୍କୁ ଆଶ୍ୱସ୍ତି ମିଳିଛି। ଯେଉଁ ପିଲା ପରୀକ୍ଷାରେ କପି କରି ଧରା ପଡିଛନ୍ତି, ଆଉ ଏମପି ହୋଇଛନ୍ତି ସେମାନଙ୍କୁ ସରକାର ଟିକେ ଆଶ୍ୱସ୍ତି ଦେଇଛନ୍ତି। କାରଣ ପୂର୍ବରୁ ଯେଉଁ ପିଲା କପି କରି ଧରା ପଡିବା ପରେ ଏମପି ହୁଅନ୍ତି। ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଏନି।
ହେଲେ ଏବେ ସେମିତି କିଛି ହେବନି। ଯେଉଁ ପିଲା ପରୀକ୍ଷା କେନ୍ଦ୍ରରେ କପି କରି ଧରା ପଡିଛନ୍ତି। ଏବଂ ଏମପି ହୋଇଛନ୍ତି ସେମାନଙ୍କର ବି ଅନ୍ୟ ପିଲାଙ୍କ ପରି ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ଚଳିତ ବର୍ଷ ୩୦୦ ପରୀକ୍ଷାର୍ଥୀ କପି କରି ଧରାପଡିଛନ୍ତି। ହେଲେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ତେବେ ଖାତା ଦେଖା ସରିବା ମାତ୍ରେ ପ୍ରକାଶ ପାଇବ ପରୀକ୍ଷା ଫଳ। ମେ’ ୧୫ ସୁଦ୍ଧା ଯୁକ୍ତ ଦୁଇ ପିଲାଙ୍କର ପ୍ରକାଶ ପାଇବ ରେଜଲ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା।