fbpx
BSKY SKY
BSKY SKY

ବଜେଟକୁ ନେଇ କଣ ରହିଛି ଦେଶବାସୀଙ୍କ ଆଶା

BSKY

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ବଜେଟକୁ ନେଇ ଦେଶବାସୀ ଚାହିଁ ବସିଛନ୍ତି । ବିଭିନ୍ନ କ୍ଷେତ୍ର ପ୍ରତି ସରକାରଙ୍କର କଣ ଆଭିମୁଖ୍ୟ ରହିବ ତାହା ହେଉଛି ମୁଖ୍ୟ ବିଷୟ । ତେବେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ, କୃଷି, ପ୍ରତିରକ୍ଷା, ରପ୍ତାନୀ ଆଦିକୁ କିପରି ଗୁରୁତ୍ୱ ଦେବେ ତାହା ଦେଶବାସୀଙ୍କ ନଜରରେ ରହିବ । ଏହି ବଜେଟରୁ ଜନସାଧାରଣ ଅନେକ କିଛି ଆଶା କରୁଛନ୍ତି ।

ସରକାର ଆଜି ଉପସ୍ଥାପିତ ହେବାକୁ ଥିବା ପେପରଲେସ୍ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । ଆଜି ବି ଗ୍ରାମାଞ୍ଚଳରେ ଠିକଭାବେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରୁନାହିଁ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ଦେଶରେ ହସ୍ପିଟାଲାଇଜେସନର ହାର ମାତ୍ର ୪ରୁ ୫ ପ୍ରତିଶତ ରହିଥିବାରୁ ଇଣ୍ଟରନେଟ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଟେଲିମେଡିସିନକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି । ୩ଟି କୃଷି ଆଇନକୁ ନେଇ ଚାଷୀ ଅସନ୍ତୁଷ୍ଟ ଥିବାରୁ ଏହି କ୍ଷେତ୍ର ପ୍ରତି କିଛି ନୂଆ ଘୋଷଣା କରାଯାଇପାରେ । ଦେଶର ଚାଷୀଙ୍କ ଆୟ ୨୦୨୨ ମସିହା ସୁଦ୍ଧା ଦୁଇଗୁଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । କୃଷି କ୍ଷେତ୍ର ପ୍ରତି ଅଧିକ ବ୍ୟୟବରାଦ ଆଶା କରାଯାଉଛି । ସୀମାରେ ପଡ଼ୋଶୀ ଦେଶଙ୍କ ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବଜେଟ ବୃଦ୍ଧି କରାଯାଇପାରେ । ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ସମ୍ଭାବନା ରହିଛି । ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ନୂତନ ଜ୍ଞାନକୌଶଳରେ ନିର୍ମିତ ଉପକରଣ କିଣାଯିବା ପାଇଁ ଘୋଷଣା ହୋଇପାରେ । ବିଶ୍ୱର ବିଭିନ୍ନ ରାଷ୍ଟ୍ର ସହ ରପ୍ତାନୀ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ ହୋଇପାରେ । କରୋନା ଦ୍ୱାରା ସର୍ବାଧିକ କ୍ଷତି ସହିଥିବା ଗ୍ରାମାଞ୍ଚଳ ପ୍ରତି ସ୍ୱତନ୍ତ୍ର ଯୋଜନା ଘୋଷଣା ହେବାର ଆଶା କରାଯାଉଛି ।

Get real time updates directly on you device, subscribe now.