fbpx

କେନ୍ଦ୍ର ବଜେଟ୍ ପୂର୍ବରୁ କ୍ୟାବିନେଟ୍ ବୈଠକ ଆରମ୍ଭ

ନୂଆଦିଲ୍ଲୀ, ୧ା୨ : ଆଜି କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏହାକୁ ଆଗତ କରିବେ । ସାଧାରଣ ବଜେଟ ପୂର୍ବରୁ ଆରମ୍ଭ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । କ୍ୟାବିନେଟ୍ ବୈଠକରେ ବଜେଟକୁ ଅନୁମୋଦନ ମିଳିବ । ଅନ୍ୟପଟେ ବଜେଟ ଆଗତ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି ।

ତେବେ ଦିନ ୧୧ଟାରେ ଲୋକସଭାରେ ବଜେଟ ଆଗତ ହେବ । ଆଜି ସରକାରଙ୍କ ପକ୍ଷରୁ ପ୍ରଥମ ପେପରଲେସ୍ ବଜେଟ୍ ଉପସ୍ଥାପିତ ହେବ ।

Get real time updates directly on you device, subscribe now.