ପୁଣି ଶିଶୁ ସହ ଅନ୍ୟାୟ: ଲିଙ୍ଗଗତ ଭେଦଭାବ ଯୋଗୁଁ ଛୁଆକୁ ଛାଡିଦେଲେ ପରିବାରବର୍ଗ

ଯାଜପୁର: ବିରଜା କ୍ଷେତ୍ର ଯାଜପୁରରୁ ଆସିଛି ଆଉ ଏକ ଅଭାବନୀୟ ଘଟଣା । ଲିଙ୍ଗଗତ ଭେଦଭାବ ଯୋଗୁଁ ଡାକ୍ତରଖାନାରେ ଛୁଆକୁ ଛାଡି ଦେଇ ଚାଲିଯାଇଛନ୍ତି ବାପା । ନବଜାତ ଶିଶୁଟି ତୃତୀୟ ଲିଙ୍ଗୀ ହୋଇଥିବାରୁ ସନ୍ତାନକୁ ମେଡିକାଲରେ ଛୁଆଟିକୁ ଛାଡି ଦିଆଯାଇଛି । ଏପରି ଅମାନୁଷିକ ଘଟଣା ଆଉ କେହି ନୁହେଁ, ବରଂ ନିଜ ବାପା ହିଁ ଘଟାଇଛନ୍ତି । ପରିବାର ଲୋକେ ପିଲାଟିକୁ ନେଇ ଯିବା ପଦଳରେ ତାକୁ ଡାକ୍ତରଖାନାରେ ହିଁ ଛାଡି ଯାଇଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଏପରି ଘଟଣା ଲୋକଙ୍କ ଦୁର୍ବଳ ମାନସିକତାକୁ ପଦାରେ ପକାଇଛି । କେବେ ଶିଶୁ କନ୍ୟା ତ କେବେ ତୃତୀୟଲିଙ୍ଗୀ ନବଜାତ ଶିଶୁ । ଅନେକ ସମୟରେ ପରିବାରର ଅନ୍ୟାୟ ଏବଂ ଏହି ଲିଙ୍ଗଗତ ଭେଦଭାବ ଶିଶୁ ମାନଭ୍କୁ ଅଲୋଡା କରି ଦେଉଛି ।