ବିହାର: ଦରଭଙ୍ଗା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଏସସି ନର୍ସିଂ ଛାତ୍ର ରାହୁଲଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ତନୁ ପ୍ରିୟାଙ୍କ ବୟାନ ଅନୁଯାୟୀ, ଆନ୍ତଃଜାତି ବିବାହରେ ରାଗି ତାଙ୍କ ବାପା ପ୍ରେମଶଙ୍କର ଝା ଏହି ଘଟଣା ଘଟାଇଥିଲେ।
ତନୁ ପ୍ରିୟାଙ୍କ କହିବା ଅନୁସାରେ, ତାଙ୍କ ବାପା ପ୍ରେମ ଶଙ୍କର ଝା ଡିଏମସିଏଚ୍ ପହଞ୍ଚି ତାଙ୍କ ସ୍ୱାମୀ ରାହୁଲଙ୍କ ଛାତିରେ ଗୁଳି ଚଳାଇଥିଲେ, ଯାହା ଫଳରେ ରାହୁଲ ତାଙ୍କ କୋଳରେ ପଡ଼ିଯାଇଥିଲେ।
ଏହି ଘଟଣାରେ ତାଙ୍କ ବାପାଙ୍କ ସହିତ ତାଙ୍କ ମାଆ, ଭାଇ ସମସ୍ତେ ଦାୟୀ। କେବଳ ସେମାନେ ନୁହେଁ ସମଗ୍ର ପରିବାର ଏହି ମାମଲାରେ ସମ୍ପୃକ୍ତ, ଯେଉଁଥିରେ ଭାଇ, ଭଉଣୀ, ଭାଉଜ, ମାଆ ଏବଂ ଜେଜେମା ମଧ୍ୟ ସାମିଲ।
ତେବେ ଦରଭଙ୍ଗା ମେଡିକାଲ କଲେଜ ଏବଂ ହସ୍ପିଟାଲର ଦ୍ୱିତୀୟ ବର୍ଷର ବିଏସସି (ନର୍ସିଂ) ଛାତ୍ର ରାହୁଲ କୁମାରଙ୍କୁ ତାଙ୍କ ନବବିବାହିତା ପତ୍ନୀ ତନୁ ପ୍ରିୟାଙ୍କ ସାମ୍ନାରେ ବହୁତ ନିକଟରୁ ଗୁଳି କରାଯାଇଥିଲା। ଏହି ହତ୍ୟା ତନୁଙ୍କ ବାପା କରିଥିଲେ କାରଣ ରାହୁଲଙ୍କ ସହିତ ତାଙ୍କ ଝିଅର ଆନ୍ତଃଜାତି ବିବାହକୁ ନେଇ ସେ ରାଗିଥିଲେ।
ଗୁଳିକାଣ୍ଡ ପରେ, ରାହୁଲଙ୍କ ସାଙ୍ଗ ଏବଂ ହଷ୍ଟେଲର ଅନ୍ୟ ଛାତ୍ରମାନେ ଝାଙ୍କୁ ମାଡ଼ ମାରିଥିଲେ। ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ ଏହି ଘଟଣାକୁ ନେଇ ପୋଲିସ ଏବେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।