ହାର ମାନିଥିଲେ ଅନେକ ରାଜା, ମାତ୍ର ପର୍ତ୍ତୁଗୀଜଙ୍କୁ ଏକାକୀ ଚକମା ଦେଇଥିଲେ ଏହି ରାଣୀ..ଜାଣନ୍ତୁ ସେ କିଏ? 

ଉଲ୍ଲାଲ ରାଣୀଙ୍କ ଅକୁହା କାହାଣୀ...

ଓଡିଶା ଭାସ୍କର: ଜଣେ ରାଣୀଙ୍କ ରଣନିତୀ ଆଗରେ ହାର ମାନିଥିଲେ ପର୍ତ୍ତୁଗୀଜ । ଯେଉଁଠି ଅନେକ ରାଜା ଦାସତ୍ୱ ସ୍ୱୀକାର କରିଥିଲେ, ସେହିଠାରେ ରାଣୀ ଏକୁଟିଆ ପର୍ତ୍ତୁଗୀଜଙ୍କ ଉପରେ ଭାରି ପଡ଼ିଥିଲେ ।

୧୫୧୦ ମସିହାରେ ପର୍ତ୍ତୁଗୀଜମାନେ ଭାରତର ପଶ୍ଚିମରେ ଥିବା ଉପକୂଳ ଅଞ୍ଚଳକୁ କବଜା କରିବାକୁ ଆସିଥିଲେ। ପ୍ରଥମେ ଗୋଆକୁ ଅକ୍ତିଆରରେ ନେଇଥିଲେ । ପରେ କର୍ଣ୍ଣାଟକରେ ଉଲ୍ଲାଲ ଅଞ୍ଚଳକୁ ହାତେଇବା ପାଇଁ ଆଗେଇଥିଲେ । ପର୍ତ୍ତୁଗୀଜଙ୍କ ସେନା ଦେଖି ଅନେକ ରାଜା , ମହାରାଜା ଆତ୍ମସମର୍ପଣ କରିନେଇଥିଲେ । ଏପରିକି କିଛି ରାଜା ବୁଝାମଣା କରି ଦାସତ୍ବ ସ୍ବିକାର କରିଥିଲେ ।

ମାତ୍ର ଉଲ୍ଲାଲରେ ଶାସନ କରୁଥିବା ଚୌତ୍ବା ରାଜବଂଶର ରାଣୀ ଆବ୍ବାକ୍କା ପର୍ତ୍ତୁଗୀଜଙ୍କ ବିରୋଧରେ ଏକାକୀ ଲଢିଥିଲେ । ପର୍ତ୍ତୁଗୀଜଙ୍କୁ ଉଲ୍ଲାଲ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ।

ତେଣୁ ପର୍ତ୍ତୁଗୀଜମାନେ ରାଣୀଙ୍କ ଜଣେ ବିଶ୍ବସ୍ଥ ଲୋକଙ୍କୁ ପ୍ରଲୋଭନ ଦେଖାଇ କିଣି ନେଇଥିଲେ ଓ ତାଙ୍କ ଠାରୁ ରାଣୀଙ୍କ ରଣନିତୀ ବିଷୟରେ ସବୁ ତଥ୍ୟ ସଂଗ୍ରହ କରିଥିଲେ। ଫଳରେ ପର୍ତ୍ତୁଗୀଜ ଆବ୍ବାକ୍କାଙ୍କୁ ବନ୍ଦୀ କରିବାରେ ସଫଳ ହୋଇଥିଲା । ମାତ୍ର ମୃତ୍ୟୁ ପର୍ଯ୍ୟନ୍ତ ସେ ପର୍ତ୍ତୁଗୀଜଙ୍କ ଦାସତ୍ବ ସ୍ବିକାର କରିନଥିଲେ। ଏଣୁ ତାଙ୍କୁ ଅଭୟା ରାଣୀ କୁହାଯାଏ ।

ସମ୍ପୂର୍ଣ୍ଣ ଭାରତ ବର୍ଷରେ ସେ ଜଣେ ରାଣୀ ଥିଲେ, ଯିଏ କି ପର୍ତ୍ତୁଗୀଜଙ୍କ ସହ ଲଢିଥିଲେ ଓ ତାଙ୍କୁ ଯୁଦ୍ଧରେ ହରାଇଥିଲେ । ସେ ଅନେକ ଆରବିକ ଦେଶ ସହ ସମୁଦ୍ରପଥରେ ବାଣିଜ୍ୟ କାରବାର କରୁଥିଲେ।

କାହିଁକି ପଶ୍ଚିମ ଉପକୂଳ ଗୁର୍ତ୍ତୃତ୍ଵପୂର୍ଣ୍ଣ : ଏହି ବାଟ ଦେଇ ଆରବିକ ଦେଶ ସହ ବାଣିଜ୍ୟ କାରବାର କରିବା ଅତ୍ୟନ୍ତ ସହଜ ଥିଲା । ଏପରିକି ଏଠାରେ କବଜା କଲେ ଭାରତ ମହାସାଗରରେ ଉପରେ ନଜର ରଖିବା ପର୍ତ୍ତୁଗୀଜଙ୍କ ପାଇଁ ସହଜ ହୋଇଥାନ୍ତା ।

ତାଙ୍କ ବୀରତ୍ବକୁ ମନେ ରଖିବା ପାଇଁ ୨୦୧୨ ମସିହାରେ ଭାରତୀୟ ତଟରକ୍ଷା ବଳର ଏକ ଜାହାଜର ନାମ ଆଇସିଜିଏସ୍. ରାଣୀ ଆବ୍ବାକ୍କା ରଖାଯାଇଛି।