ଦେଶର ନୂଆ ସଂସଦ ଭବନ କିପରି ହେବ? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଉପରେ ଜୋରଦାର କାମ ଚାଲିଛି । ଏହି ପ୍ରୋଜେକ୍ଟରେ ଦେଶର ନୂଆ ସଂସଦ ଭବନ ଓ ଅନେକ ଆବାସିକ କମ୍ପେ୍ଲକ୍ସ ନିର୍ମାଣ ହେବାକୁ ଯାଉଛି । ଏହି ପ୍ରୋଜେକ୍ଟକୁ ନେଇ ରାଜନୈତିକ ଦଳଗୁଡ଼ିକ ଅନେକଥର ସମାଲୋଚନା କରିଥିଲେ । ଏବେ ଏହି ପ୍ରେଜେକ୍ଟର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟର କାମ ମୋଟ ୮୫.୩ ହେକ୍ଟରରେ ଚାଲିଛି । ଏଥିରେ ଅନେକ ପ୍ରକାରର ସୁବିଧାକୁ ଧ୍ୟାନରେ ରଖି ନିର୍ମାଣ କରାଯାଉଛି । ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ ସଂସଦ ଭବନ ସହିତ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ବାସଭବନ ମଧ୍ୟ ନିର୍ମାଣ କରାଯାଉଛି ।

ରେଡ ଗ୍ରାନାଇଟ୍ ପଥରଗୁଡ଼ିକ ୧.୧୦ ଲକ୍ଷ ବର୍ଗ ମିଟର ଉପରେ ବ୍ୟାପିଛି ଓ ଚାରିଆଡେ ସବୁଜ, ରାଜପଥକୁ ଆଲୋକିତ କରିବା ପାଇଁ ୧୩୩ ଲାଇଟ୍ ହାଉସ୍, ୪,୦୮୭ ଗଛ, ୧୧୪ ଆଧୁନିକ ସାଇନ ବୋର୍ଡ ରହିଛି । ଦେଖନ୍ତୁ ଭିଡ଼ିଓ…