fbpx

ଜୁଲାଇ ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ; ୨୫ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜୁଲାଇ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍। ସୂଚନା ଅନୁସାରେ, ଜୁଲାଇ ୨୨ରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ୨୩ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା ।

୨୪ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ, ପୂର୍ବରୁ ସ୍ବତନ୍ତ୍ର ଅଧିବେଶନରେ ନୂଆକରି ନିର୍ବାଚିତ ହୋଇଥିବା ବିଧାୟକ ମାନେ ଶପଥ ନେଇଥିଲେ ।

ତିନି ଦିନ ପାଇଁ ହୋଇଥିଲା ବିଧାନସଭାର ଅଧିବେଶନରେ ହୋଇଥିଲା ଶପଥ ପାଠ କାର୍ଯ୍ୟକ୍ରମ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ପ୍ରଥମେ ନେଇଥିଲେ ଶପଥ । ଏହା ପରେ ପରେ ବିଧାୟକ ମାନେ ଜଣେ ଜଣେ କରି ଶପଥ ନେଇଥିଲେ ।

Get real time updates directly on you device, subscribe now.