fbpx

ଜନ୍ମ ଠାରୁ ପାଠପଢ଼ା ଯାଏଁ ଝିଅମାନଙ୍କ ସବୁ ଖର୍ଚ୍ଚ ବହନ କରନ୍ତି ସରକାର; ଜାଣନ୍ତୁ ଏହି ଯୋଜନା ସମ୍ୱନ୍ଧରେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ । ଯାହା ଆପଣଙ୍କ ପରିବାର ପାଇଁ ଆବଶ୍ୟକ ହୋଇ ପାରେ । ଆମେ ଆପଣଙ୍କୁ ବାଳିକା ସମୃଦ୍ଧି ଯୋଜନା ବିଷୟରେ ବହିବାକୁ ଯାଉଛୁ । ଏହି ଯୋଜନା ୧୯୯୭ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା । ବିଶେଷ କରି ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଝିଅମାନଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର କେବଳ କନ୍ୟା ସନ୍ତାନଙ୍କୁ ଆର୍ଥିକ ସହାୟତା ଦେଇଥାନ୍ତି ।

ଏହି ଯୋଜନାରେ କେନ୍ଦ୍ର ସରକାର କନ୍ୟା ଜନ୍ମ ହେଲେ ୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଏତଦ୍ ବ୍ୟତୀତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କ ପାଠପଢ଼ା ପାଇଁ ଅନେକ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ବାର୍ଷିକ ୩୦୦ ଟଙ୍କା, ଚତୁର୍ଥ ଶ୍ରେଣୀରେ ୫୦୦ ଟଙ୍କା, ପଞ୍ଚମ ଶ୍ରେଣୀରେ ୬୦୦ ଟଙ୍କା, ଷଷ୍ଠରୁ ସପ୍ତମ ଶ୍ରେଣୀରେ ୭୦୦ ଟଙ୍କା, ଅଷ୍ଟମ ଶ୍ରେଣୀରେ ୮୦୦ ଟଙ୍କା ଏବଂ ନବମ ଓ ଦଶମ ଶ୍ରେଣୀରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ମିଳିଥାଏ।

ଏହି ଯୋଜନାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିପିଏଲ୍ ପରିବାର ଏହି ଯୋଜନାର ଲାଭ ପାଇପାରିବେ। ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ପିଲାର ଜନ୍ମ ପ୍ରମାଣପତ୍ର, ପିତାମାତାଙ୍କ ରାସନ କାର୍ଡ, ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଭଳି ଦସ୍ତାବିଜର ଆବଶ୍ୟକତା ପଡିବ । ଏହି ଯୋଜନାରେ ଆପଣ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ । ଅଫଲାଇନ ଆବେଦନ ପାଇଁ ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ ।

Get real time updates directly on you device, subscribe now.