fbpx

Android ୟୁଜରଙ୍କ ପାଇଁ ୱାର୍ଣ୍ଣିଂ ଜାରି କଲେ ସରକାର, କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ ପରାମର୍ଶ

Advertisement

ନୂଆଦିଲ୍ଲୀ: ସରକାରୀ ଏଜେନ୍ସୀ CERT-In ଆଣ୍ଡ୍ରଏଡ୍‌(Android) ବ୍ୟବହାରକାରୀଙ୍କ ପାଇଁ ଏକ ୱାର୍ଣ୍ଣିଂ ଜାରି କରିଛି । ଲେଟେଷ୍ଟ ଆଣ୍ଡ୍ରଏଡ୍ ସଂସ୍କରଣ(version)ରେ ଅନେକ ତୃଟି ରହିଥିଲା ଯାହାର ଫାଇଦା ଉଠାଉଛନ୍ତି ହ୍ୟାକର୍ସ । ଏନେଇ CERT-In ପକ୍ଷରୁ ଲେଟେଷ୍ଟ ସିକ୍ୟୁରିଟି ଅପଡେଟ୍ ଜାରି କରାଯାଇଛି ।
ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସୀ ରେସ୍ପନ୍ସ ଟିମ୍‌(CERT-In ) ଆଣ୍ଡ୍ରଏଡ୍ ବ୍ୟବହାରୀଙ୍କ ପାଇଁ ଏକ ନୂତନ ୱାର୍ଣ୍ଣିଂ ଜାରି କରିଛି । ଏକ ରିପୋର୍ଟରେ ଏଜେନ୍ସୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ନିକଟରେ ଗୁଗୁଲ ଏବଂ କ୍ୱାଲକମ୍‌(ମିଡିଆ ଟେକ୍‌) ଭଳି ସ୍ମାର୍ଟଫୋନ୍ ଉପାଦାନ(components)) ନିର୍ମାତାମାନେ ସିକ୍ୟୁରିଟି ଭଲନରେବିଲିଟିଜକୁ ଠିକ୍ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ସିକ୍ୟୁରିଟି ଭଲନରେବିଲିଟିଜକୁ ନେଇ ଏଜେନ୍ସୀ କ’ଣ ଡିଟେଲ୍ସ ପ୍ରଦାନ କରିଛି । ଏହା ଆଣ୍ଡ୍ରଏଡ୍ ସଂସ୍କରଣର 12, 12L, 13 ଏବଂ ଲେଟେଷ୍ଟ 14 କୁ ପ୍ରଭାବିତ କରିଥାଏ । ଭାରତରେ ଏହି ଭର୍ସନର ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୧୦ ମିିଲିୟନ ଅଟେ । ଏହି ସବୁ ଆଣ୍ଡ୍ରଏଡ୍ ଫୋନର ଫ୍ରେମୱାର୍କ୍‌, ସିଷ୍ଟମ୍‌, ARM components, Media Tek components, Qualcomm components ଏବଂ Qualcomm close-sourced componentsରେ ମଲ୍ଟିପଲ୍ ଭଲନରେବିଲିଟିଜ୍ ଦେଖାଦେଇଥାଏ । ସାମସଙ୍ଗ୍‌, ରିଅଲମି, ୱାନ୍ ଫ୍ଲସ୍‌, ଭିଭୋ ଏବଂ Xiaomi ଭଳି ଆଣ୍ଡ୍ରଏଡ୍ ବ୍ରାଣ୍ଡରେ ଏହି ସମସ୍ୟା ଦେଖାଦେଇଥାଏ ।
ତେବେ ଆଶ୍ୱସ୍ତିକର ଖବର ହେଉଛି ଅନେକ ଫେନ୍ ବ୍ରାଣ୍ଡଗୁଡ଼ିକୁ ଏହି ସମସ୍ୟା ବିଷୟରେ ସୂଚନା ଦିଆଯାଇଛି । ଏନେଇ ଲେଟେଷ୍ଟ ସିକ୍ୟୁରିଟି ପ୍ୟାଚ୍ ରିଲିଜ୍ ହୋଇସାରିଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇଯିବ । ଅପରପକ୍ଷରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ କୌଣସି ଅଜଣା ଇମେଲ କିମ୍ବା ଲିଙ୍କ ଉପରେ କ୍ଲିକ୍ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.