fbpx

ରାଜଧାନୀରେ ପିଆଜ ରେଟ୍ ସ୍ଥିର କଲେ ସରକାର: ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ: ବଜାରରେ ପିଆଜ ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି । ଗ୍ରାହକଙ୍କ ଅସନ୍ତୋଷକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ କେତେ ଟଙ୍କାରେ ପିଆଜ ବିକ୍ରି ହେବ, ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ସରକାର । ରାଜଧାନୀର ବଜାରରେ କୌଣସି ଦୋକାନୀ ୩୫ ଟଙ୍କାରୁ ଅଧିକ ଦାମରେ ପିଆଜ ବିକ୍ରି କରିପାରିବେ ନାହିଁ । ୬୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ବର୍ତ୍ତମାନ ୩୫ ଟଙ୍କା ମୂଲ୍ୟରେ ମିଳିପାରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଜି କେନ୍ଦ୍ର ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, ଆସନ୍ତାକାଲି ଠାରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରରେ ପିଆଜ କମ୍ ମୂଲ୍ୟରେ ବିକ୍ରି କରାଯିବ । ଉପଭୋକ୍ତା ମାମଲାର ମନ୍ତ୍ରାଳୟ ଏଥିପାଇଁ ନାଫେଡ ଏବଂ ଏନସିସିଏଫକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏହି ୨ ବିଭାଗ ସାଧାରଣ ଜନତାଙ୍କୁ ମାତ୍ର ୩୫ ଟଙ୍କା ମୂଲ୍ୟରେ ପିଆଜ ଉପଲବ୍ଧ କରାଇବେ ।

ପିଆଜ ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଶସ୍ତାରେ ଉପଲବ୍ଧ କରାଇଛନ୍ତି । ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ସରକାର ଅଟା, ଡାଲି ଏବଂ ଚାଉଳ ଇତ୍ୟାଦି ବିକ୍ରି କରୁଛନ୍ତି । ଗତବର୍ଷ ସରକାର ‘ଭାରତ’ ନାମକ ବ୍ରାଣ୍ଡରେ ଅଟା, ଡାଲି ଏବଂ ଚାଉଳ ଇତ୍ୟାଦି ମାର୍କେଟରେ ଉପଲବ୍ଧ କରାଇଥିଲେ । ତେବେ କିଛି ଦିନରୁ ଏହି ବ୍ରାଣ୍ଡ ବଜାରରେ ଦେଖିବାକୁ ମିଳିନାହିଁ । ଆଗାମୀ ଦିନରେ ଏହାର ମୂଲ୍ୟ ସଂଶୋଧନ କରିପୁଣିଥରେ ଲଞ୍ଚ୍ କରାଯିବା ପାଇଁ ଚିନ୍ତା କରୁଛନ୍ତି ସରକାର ।

Get real time updates directly on you device, subscribe now.