ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ସୁବଧା ପାଇବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏ ସମ୍ପର୍କରେ ବିସ୍ତୃତ ସୂଚନା www.rhodisha.gov.in/moghara ରେ ଉପଲବ୍ଧ ଅଛି । ଏହି ଯୋଜନାରେ କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିହେବ । ଏହି ଯୋଜନାରେ ନୂଆଘର ନିର୍ମାଣ କିମ୍ବା ଗୃହର ସମ୍ପ୍ରସାରଣ କରାଯାଇପାରିବ । ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ସେହିଭଳି ପ୍ରଥମ ବର୍ଷକୁ ବାଦ୍ ଦେଇ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ । କୌଣସି ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ୍ ଥିଲେ । ସେହିମାନେ ଏହାର ଲାଭ ପାଇପାରିବେ ।
ଆସନ୍ତା ଜୁନ୍ ୧୬ ତାରିଖରୁ #ମୋ_ଘର ଯୋଜନାର ସୁବିଧା ପାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଅଧିକ ସୂଚନା ପାଇଁ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ କିମ୍ବା https://t.co/dmMkvyezy7 ରେ କ୍ଲିକ୍ କରନ୍ତୁ। ପଞ୍ଜୀକରଣର ସରଳ ପ୍ରକ୍ରିୟା ନିମ୍ନରେ ପ୍ରଦତ୍ତ।#MoGhara #RuralHousing #Odisha #PuccaGhar pic.twitter.com/jbIZdfC36T
— Panchayati Raj and Drinking Water Department (@PRDeptOdisha) June 15, 2023