fbpx

ପ୍ରଧାନ ଶିକ୍ଷକ ଭୁଲିଗଲେ ମଣିଷ ପଣିଆ; ସାରଙ୍କ ନିସ୍ତୁକ ମାଡରେ ଚତୁର୍ଥ ଶ୍ରେଣୀର ଛାତ୍ର ଗୁରୁତର

ନୀଳଗିରି: ଜଣେ ପ୍ରଧାନ ଶିକ୍ଷକ ଭୁଲିଗଲେ ନିଜର ମଣିଷ ପଣିଆ। ସରକାରଙ୍କ ନୀତି ନିୟମକୁ ମାନିଲେ ନାହିଁ ଦଣ୍ଡମୁକ୍ତ ବଦଳରେ ସ୍କୁଲରେ ଦଣ୍ଡଯୁକ୍ତ ଅଞ୍ଚଳ। ଚତୁର୍ଥ ଶ୍ରେଣୀର ଜଣେ କୋମଳମତୀ ଛାତ୍ରକୁ ଅମାନୁଷିକ ଭାବରେ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ସ୍କୁଲ୍ ପରିସରର ଉତ୍ତେଜନା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ନୀଳଗିରି ଏନ୍, ଏ ସି, ର ୯ନମ୍ବର ୱାର୍ଡର ଥିବା ବଂଶୀଧର ନୋଡାଲ ୟୁ ପି ସ୍କୁଲରେ ଦେଖିବାକୁ ମିଳିଥିଲା। ରାତି ପାହିଲେ ସରସ୍ଵତୀ ପୂଜା। ପିଲାମାନେ ସାଜ ସାଜାରେ ଲାଗିପଡ଼ିଥିଲେ।

କୌଣସି କାରଣରୁ ଦୁଇଟି ପିଲାଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ହେଲେ କିଛି ନବୁଝି ପ୍ରଧାନ ଶିକ୍ଷକ ବାଲୁକେଶ୍ବର ବେହେରା ସମାଧାନ କରିବା ପରିବର୍ତ୍ତେ ଉକ୍ତ ଗ୍ରାମର କୁନା ସିଂ ଙ୍କ ପୁଅ ଅଭି ସିଂ ଙ୍କୁ ଅତି ଅମାନୁଷିକ ଭାବରେ ନିସ୍ତୁକ ପିଟିଥିଲେ । ଫଳରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ ରତ ଅଭିର ବାମ ଗୋଡରେ ଗଭୀର ଆଘାତ ଲାଗିଥିଲେ।ପିଲାର ଚିତ୍କାର ଶୁଣି ପାଖ ପୋଡଶୀ ସ୍କୁଲରେ ପହଞ୍ଚିଥିଲେ। ପିଲାଟି ଚାଲି ପାରୁନଥିବାରୁ ଖବର ପାଇ ପିଲାର ବାପା କୁନା ସିଂ ପହଞ୍ଚିଥିଲା। ପିଲାର ଏପରି ଅବସ୍ଥା ଦେଖି ପ୍ରଧାନ ଶିକ୍ଷକ ଜଣକ ଛାତ୍ରର ବାପାକୁ ବୁଝାଇ ସାମ୍ବାଦିକଙ୍କୁ ନ ଜଣାଇବା ପାଇଁ ନେହୁରା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲେ। ଘଟଣା ଜାଣିବା ପରେ ଅନେକ ଅଭିଭାବକ, ଗ୍ରାମବାସୀ ମାନେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଘେରିବା ସହ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏନେଇ ଛାତ୍ର ଅଭିଙ୍କୁ ପଚାରି ବୁଝିବାରୁ ପ୍ରଧାନ ଶିକ୍ଷକ ଏକ ନଳୀରେ ପିଟିଥିଲେ ବୋଲି ପ୍ରକାଶ କରିଛନ୍ତି। ଦୀର୍ଘ ସମୟ ଧରି କେହିବି ଶିକ୍ଷକ ପିଲାଟିକୁ ମେଡିକାଲ ନେଇନଥିବା ବେଳେ ଯନ୍ତ୍ରଣାରେ ପିଲାଟି କାନ୍ଧୁଥିବାର ଦେଖିବାକୁ ମିଳିଥିଲା। ଶେଷରେ ତାର ବାପା ସ୍କୁଲ ପରିସରରେ ନୀଳଗିରି ମେଡିକାଲ ନେଇଥିଲେ। ଏଭଳି ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଥିଲେ। ପ୍ରଧାନ ଶିକ୍ଷକ ଛାତ୍ରକୁ ପିଟିଥିବାର କଥା ମାନି ଥିବା ବେଳେ ଗଣମାଧ୍ୟମ ସାମ୍ନାରେ ପରିପ୍ରକାଶ କରିନଥିଲେ। ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ପ୍ରଧାନ ଶିକ୍ଷକ ଜଣକ ଏହାକୁ ଭ୍ରୁକ୍ଷେପ ନକରି ନିଜର ଦବଙ୍ଗ ପଣିଆକୁ ଦେଖାଇ ହିଟଲର ହୋଇଯାଇଥିଲେ।ପୂର୍ବରୁ ଏପରି ଅନେକ କାର୍ଯ୍ୟ କରିଥିବାର ଅଭିଭାବକ ମାନେ ପ୍ରକାଶ କରିଥିବା ବେଳେ ଏନେଇ ନୀଳଗିରି ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଏଭଳି ଅମାନୁଷିକ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.