fbpx

ସରିନି ଖରାର ଉତ୍ତାପ: ମେ’ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିବ ତାତି, ସିଝିବ ଓଡ଼ିଶା!

ଭୁବନେଶ୍ୱର: ପ୍ରକୃତିର ତାଣ୍ଡବରେ କଲବଲ ହେଉଛି ସାରା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନକୁ ନେଇ ରେଡ ସିଗନାଲ ଦେଇଛି ହିଟୱେଭ । ଆଗକୁ ତାପମାତ୍ରା ଜାରି ରହିବ ବୋଳି ଅନୁମାନ କରାଯାଉଛି । ରାଜ୍ୟରେ ମେ’ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାତି ଲାଗି ରହିବ ।

ମେ’ ୩ ତାରିକରୁ ୯ ତାରିଖ ମଧ୍ୟରେ ଗ୍ରୀଷ୍ମପ୍ରବାହ ଏହିଭଳି ସ୍ଥିତିରେ ଜାରି ରହିବ ବୋଲି କୁହାଯାଉଛି । ବିଶେଷ କରି ଉପକୂଳ ଓଡ଼ିଶାରେ ତାପମାତ୍ରା ଲୋକଙ୍କୁ କଲବଲ କରିବ । ଏହାସହିତ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାତିର ପରିମାଣ ଜାରି ରହିବ ବୋଲି ଅନୁମାନ କରାଯାଉଛି । ତେବେ ଏହାମଧ୍ୟରେ କିଛିଟା ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀରୁ ୪୪ ଡିଗ୍ରୀରେ ମଧ୍ୟ ପହଞ୍ଚିପାରେ । ତେବେ ମେ’ ଦ୍ୱିତୀୟ ସପ୍ତାହ ପରେ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିପାରିବ ।

Get real time updates directly on you device, subscribe now.