ନାଗ ସାପକୁ ଜିଅନ୍ତା ଖାଇଦେଲା କୁକୁଡା

ଭାଇରାଲ ହେଉଛି କୁକୁଡ଼ା-କୋବ୍ରା ଲଢେଇ।

ଓଡିଶାଭାସ୍କର: ଆପଣମାନେ ଅନେକ ସମୟରେ ସାପର ପାଦ୍ରୁଭାବ ଜାଣିଥିବେ। ରାତିରେ କୁକୁଡ଼ା ଭାଡ଼ିରେ ପଶି ସାପ କୁକୁଡ଼ାର ଅଣ୍ଡା ଖାଇବା ସହ କୁକୁଡ଼ାକୁ ମାରି ଦେବା କଥା ଜାଣିଥିବେ। ହେଲେ କେବେ ସାପକୁ କୁକୁଡ଼ା ଟିକ୍ ଟିକ୍ କରିଦେବା କଥା ଶୁଣିଛନ୍ତି।

ହଁ ଏପରି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।  ଏକ ବିଷଧର କୋବ୍ରାକୁ ଦୁଇଟି କୁକୁଡ଼ା ଜିଅନ୍ତା ଖାଇଦେଇଥିବା ଘଟଣା ସାମ୍ନାକୁ ଆସିଛି।

କୁକୁଡ଼ା-ନାଗ ଲଢେଇ: କୁହାଯାଏ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସାପ ମଧ୍ୟରୁ ଗୋଟିଏ ହେଉଛି ନାଗ ସାପ।  ଆଉ ଏବେ ସେହି ବିଷଧର ନାଗ ସାପ ଏବଂମ ଦୁଇଟି କୁକୁଡ଼ା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଲଢେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ସାଧାରଣତଃ ସାପ ଦେଖିଲେ କେବଳ ପଶୁ ନୁହଁନ୍ତି ବରଂ ମଣିଷ ମଧ୍ୟ ଭୟରେ ଦୌଡ଼ି ପଳାନ୍ତି। କିନ୍ତୁ ଭାଇରାଲ୍ ଭିଡ଼ିଓରେ ଏହାର ଓଲଟା ଘଟଣା ଘଟିଛି।

ଭାଇରାଲ ଭିଡ଼ିଓ ଅନୁସାରେ, ଏକ ଛୁଆ ନାଗ ସାପ ରାସ୍ତା ଉପରେ ତାର ଫଣା ବାହାର କରି ଛିଡ଼ା କରିଛି। ଆଉ ଏହି ସମୟରେ ଦୁଇଟି କୁକୁଡ଼ା ତା ପାଖକୁ ଯାଉଛନ୍ତି।

ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଛୁଆ ନାଗ ସାପଟି କୁକୁଡାମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି। ଆଉ ଏହି ସମୟରେ କୁକୁଡା ଦୁଇଟି ତାଙ୍କର ଥଣ୍ଟରେ ସାପଟିକୁ ଖୁମ୍ପି ଖୁମ୍ପି ମାରି ଦେଉଛନ୍ତି।