fbpx

ସ୍ବାମୀ ହୋଇଯିବେ ମାଲାମାଲ, ଏହି ୫ଟି ଲକ୍ଷଣ ଥିବା କନ୍ୟା କରିବେ ଧନ ବର୍ଷା

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଝିଅମାନଙ୍କର କିଛି ଏଭଳି ଲକ୍ଷଣ ବିଷୟରେ କୁହାଯାଇଛି, ଯାହା ସେମନଙ୍କର ଭାଗ୍ୟଶାଳୀ ହେବା ନେଇ ପ୍ରମାଣ ଦେଇଥାଏ। କୁହାଯାଏ ଏଭଳି ଲକ୍ଷଣ ଥିବା କନ୍ୟାମାନେ ଯେଉଁ ପୁରୁଷଙ୍କୁ ବିବାହ କରନ୍ତି ତାଙ୍କର ଭାଗ୍ୟ ଚମକି ଉଠେ। ଏହି ଝିଅମାନେ ଯୁଆଡେ ଯଆନ୍ତି, ସେଠାରେ ଧନ ବର୍ଷା କରନ୍ତି। ଏମାନେ ନିଜର ଶ୍ୱଶୂର ଘରକୁ ସ୍ୱର୍ଗ କରି ଦେଇଥାନ୍ତି। ଏମାନଙ୍କୁ ମା ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ। ତେବ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ରରେ କେଉଁ କନ୍ୟାମାନଙ୍କୁ ଭାଗ୍ୟଶାଳୀ କୁହାଯାଇଛି।

୧.ସାମୁଦ୍ରିକ ଶାସ୍ତ୍ରରେ ସିଧା ଓ ଉନ୍ନତ ନାଶା ବା ନାକକୁ ଶୁଭଙ୍କର ବୋଲି କୁହାଯାଇଛି। ଏଥିସହିତ ଲାଲ ରଙ୍ଗର ଓଠ ହୋଇଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା କରାଯାଇଛି। ଏ ଦୁଇଟି ସଂଯୋଗ ଥିବା କନ୍ୟା ଭାଗ୍ୟଶାଳୀ ହେବା ସହ ନିଜ ସ୍ବାମୀଙ୍କୁ ଭାଗ୍ୟଶାଳୀ କରିଥାଏ।

୨.ଯେଉଁ କନ୍ୟାଙ୍କର ବେକ ଛୋଟ ହୋଇଥାଏ ଏବଂ ଜିଭ ଅପେକ୍ଷାକୃତ ଲମ୍ବା ହୋଇଥାଏ ସେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏଭଳି ଶାରିରୀକ ଗଠନ ସମ୍ପନ୍ନା କନ୍ୟା ନିଜ ସ୍ବାମୀଙ୍କର ଅଧିକ ଯତ୍ନ ନେଇଥାଏ। ଏଥିସହ ଅଜାଣତରେ ଧନବୃଦ୍ଧି ଘଟିଥାଏ।

୩.କନ୍ୟାର ଶିର ଯଦି ଆଗପଟକୁ ଉଚ୍ଚା ରହିଥାଏ ତାହେଲେ ମଧ୍ୟ ସେ ସୈାଭାଗ୍ୟବତୀ ହୋଇଥାନ୍ତି। ସର୍ବଦା ସ୍ବାମୀଙ୍କ ପ୍ରତି ସେ ଅନୁରକ୍ତ ଓ ବିଶ୍ବସ୍ତ ରହନ୍ତି। ସ୍ବାମୀଙ୍କୁ ଅର୍ଥ ଉପାର୍ଜ୍ଜନରେ ସହଯୋଗ କରନ୍ତି।

୪.ଯେଉଁ କନ୍ୟାଙ୍କର ତଳିପାଦ ସମତଳ ଓ ଚିକ୍କଣ ହୋଇଥାଏ ସେ ଲକ୍ଷ୍ମୀବନ୍ତ ହୋଇଥାନ୍ତି। ଦେବୀ ଲକ୍ଷ୍ମୀ ଏମାନଙ୍କ ଉପରେ ସର୍ବଦା କୃପା କରିଥାନ୍ତି। କନ୍ୟାଙ୍କର ଏଡ଼ି ଫାଟି ରହିବା ଅତ୍ୟନ୍ତ ଅଶୁଭ ବୋଲି ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି।

୫.ଗଭୀର ନାଭି ସମ୍ପନ୍ନା କନ୍ୟା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ବିଶେଷ କରି ଧନ ସମ୍ପତ୍ତି କ୍ଷେତ୍ରରେ ଏମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି।

 

Get real time updates directly on you device, subscribe now.