fbpx
BSKY SKY
BSKY SKY

(Video) ବାବାଙ୍କ Digital ବୁଦ୍ଧି: ଗରମରୁ ବଞ୍ଚିବା ପାଇଁ ଦେଶୀ ଯୁଗାଡ କଲେ ଯୋଗୀ, ଦେଖନ୍ତୁ ଭିଡିଓ

BSKY

ଦେହରେ ଗେରୁଆ ବସ୍ତ୍ର । ବୟସ ପାଖାପାଖି ୯୦ ଛୁଇଁଲାଣି । ଏପଟେ ଡହ ଡହ ଖରାକୁ ଆଉ ସହିପାରୁନି ଦୁର୍ବଳ ଦେହ । ତେଣୁ ଖରାରୁ ତ୍ରାହି ପାଇବା ପାଇଁ ଏକ ଦେଶୀ ଯୁଗାଡ ଲଗାଇଛନ୍ତି ବାବା । ଦେହକୁ ଥଣ୍ଡା ରକିବା ପାଇଁ ମୁଣ୍ଡ ଉପରେ ବୁଲୁଛି ଫ୍ୟାନ୍ । ଯାହାର ପବନ ସିଧା ମୁହଁରେ ବାଜୁଛି । ବାବାଙ୍କର ଏହି ଡିଜିଟାଲ ବୁଦ୍ଧିକୁ ଦେଖି ବଡ ବଡ ଇଞ୍ଜିନିୟର ବି ଲାଜେଇ ଯିବେ । ମୁଣ୍ଡ ଉପରେ ଫ୍ୟାନ୍ ରଖି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାତ୍ରା କରୁଛନ୍ତି ଏହି ବାବାଜି ଜଣକ । ଏହାର ଭିହିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ମୁଣ୍ଡ ଉପରେ ଗେରୁଆ ଠେକେରା ବନ୍ଧା ଯାଇଥିବା ଦେଖାଯାଇଛି । ଆଉ ଏହି ଠେକେରାରେ ଲାଗିଛି ଫ୍ୟାନ୍ । ଯେତେ ଜୋରରେ ଖରା ହେଉଛି ସେତିକି ଫ୍ୟାନର ସ୍ପିଡ ମଧ୍ୟ ବଢି ଚାଲିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଫ୍ୟାନରେ କୌଣସି କରେଣ୍ଟ ସପ୍ଲାଏ ନାହିଁ କି ବ୍ୟାଟେରୀ ସିଷ୍ଟମ ମଧ୍ୟ ନାହିଁ । ସମ୍ପୂର୍ଣ୍ଣ ସୋଲାର ସିଷ୍ଟମରେ ପ୍ରଚଳିତ ହେଉଛି ଏହି ଡିଜିଟାଲ ଫ୍ୟାନ । ଉନ୍ନତ ଜ୍ଞାନକୌଶଳକୁ ପୁରା ଭଲ ଭାବରେ ସୁଦୁପୋଯୋଗ କରିଛନ୍ତି ଏହି ବାବା ଜଣକ ।

ଋଷି ମାନେ ବହୁତ ଜ୍ଞାନୀ ହୋଇଥାନ୍ତି ଆମେ ପୁରାଣରେ ଶୁଣିଛେ । ସେ ଆର୍ଯ୍ୟଭଟ ହୁଅନ୍ତୁ କି ଋଷି ଦ୍ରୋଣାଚାର୍ଯ୍ୟ କି ମହର୍ଷି ବାଲ୍ମିକୀ ଏବଂ ବିଶ୍ୱାମିତ୍ର । ସମସ୍ତେ ଥିଲେ ଅଦ୍ଭୁତ ଜ୍ଞାନର ଭଣ୍ଡାର । ତେବେ ଏହି ବାବା ଜଣଙ୍କ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୁଲା ବୁଲି କରନ୍ତି । ସେଥିପାଇଁ ଖରାରୁ ବର୍ତ୍ତିବା ପାଇଁ ଏମିତି ଉପାୟକୁ ହାତେଇଛନ୍ତି । ମୁଣ୍ଡ ଉପରେ ଲଗାଇଛନ୍ତି ସୋଲାର ଫ୍ୟାନ୍ । ପବନର ଗତି ଅନୁସାରେ ଏହି ଫ୍ୟାନର ସ୍ପିଡ ମଧ୍ୟ ବୃଦ୍ଧି ପାଇବ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଭିଡିଓରେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ମାନ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.