fbpx

ମିଳିଲା ଗଙ୍ଗନଗରରେ ପଡ଼ିଥିବା ଟଙ୍କା ବିଡ଼ାର ମାଲିକଙ୍କ ପରିଚୟ: ପ୍ରମାଣ ଦେଖାଇ ନେଲେ ଟଙ୍କା

Advertisement

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଗତକାଲି ଭୁବନେଶ୍ୱରର ଗଙ୍ଗନଗରରେ ପଡ଼ିଥିବା ୫୦୦ ଟଙ୍କିଆ ବିଡ଼ାର ପ୍ରକୃତ ମାଲିକଙ୍କ ପରିଚୟ ଆଜି ମିଳିଛି । ଜଣେ ଯୁବକ ପ୍ରମାଣ ଦେଖାଇ ପୋଲିସ ହେପାଜତରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି ।

ଶଶାଙ୍କ ଶେଖର ସାହୁ ନାମକ ଜଣେ ଯୁବକଙ୍କର ଏହି ଟଙ୍କା ବୋଲି ଜଣାପଡ଼ିଛି । ବ୍ୟାଙ୍କରୁ ଉଠାଇ ନେବା ସମୟରେ ଏହି ଟଙ୍କା ତାଙ୍କ ଜ୍ୟାକେଟରୁ ଖସିପଡ଼ିଥିଲା । ପ୍ରମାଣ ଦେଇ ସେ ପୋଲିସଠାରୁ ଏହି ଟଙ୍କା ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ୱରର ଗଙ୍ଗନଗରରୁ ୫୦୦ ଟଙ୍କିଆ ୩ଟି ବିଡ଼ା ଜବତ କରାଯାଇଥିଲା । ଭୟରେ କୌଣସି ବ୍ୟକ୍ତି ଉକ୍ତ ଟଙ୍କାକୁ ଉଠାଇବାକୁ ସାହାସ କରିନଥିଲେ । ସମୁଦାୟ ଟଙ୍କା ଦେଢ଼ ଲକ୍ଷ ଟଙ୍କା ହୋଇଥିବା ବେଳେ ତାହାର କେହି ହିତାଧିକାରୀ ନଥିଲେ । ଫଳରେ ବାଧ୍ୟହୋଇ ପୋଲିସ ଉକ୍ତ ଟଙ୍କାକୁ ନିଜ ହେପାଜତରେ ରଖିଥିଲା ।

Get real time updates directly on you device, subscribe now.