fbpx

ରବିବାର ଇତିହାସ ରଚିବ ଭାରତୀୟ ବାୟୁସେନା, IAF ର ନୂତନ ପତାକାକୁ ଉନ୍ମୋଚନ କରିବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାରେ ରବିବାର ସାମିଲ ହେବ IAF ର ନୂଆ ପତାକା । ରବିବାର ଦିନ ପ୍ରୟାଗରାଜରେ ହେବାକୁ ଥିବା ବାୟୁସେନା ଦିବସ ପ୍ୟାରେଡରେ ଏହି ନୂତନ ପତାକା ଉନ୍ମୋଚନ କରାଯିବ । ଆଗରୁ ମଧ୍ୟ ନୈସେନା ମଧ୍ୟ ତାହାର ପତାକା ପରିବର୍ତ୍ତନ କରିଥିଲା । ବର୍ତ୍ତମାନ ଭାରତୀୟ ବାୟୁସେନା ମଧ୍ୟ ତାହାର ଅତିତକୁ ଛାଡି ତାହାର ପତାକା ପରିବର୍ତ୍ତନ କରିବାକୁ ଯାଉଛି । ବାୟୁସେନା ମୁଖ୍ୟଙ୍କ କହିବା ଅନୁସାରେ ଅକ୍ଟୋବର ୮ କୁ ବାୟୁସେନା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ସ୍ମରଣୀର କରି ରଖାଯିବ ।

ଆସନ୍ତା କାଲି ବାୟୁସେନା ତାହାର ନୂତନ ପତାକା ଉନ୍ମୋଚନ କରିବ । ଏହି ନୂତନ ପତାକାର ଉପର ଦକ୍ଷିଣ କୋଣରେ ଭାରତୀୟ ବାୟୁସେନାର ପ୍ରତୀକ ରହିବ । ୮ ଅକ୍ଟୋବର ୧୯୩୨ରେ ବାୟୁସେନା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ଦକ୍ଷତା ଏବଂ ସଫଳତାକୁ ଦେଖିବା ପରେ ଏହାକୁ ରୟାଲ ଇଣ୍ଡିଆ ବାୟୁ ସେନାରେ ପରିଣତ କରାଗଲା । ୧୯୫୦ ପରେ ଭାରତ ଏକ ଗଣତନ୍ତ୍ରରାଷ୍ଟ୍ର ହେବା ପରେ ବାୟୁସେନା ନାମରୁ”ରୟାଲ’କୁ ହଟାଗଲା । ୧୯୫୦ରେ ମଧ୍ୟ ବାୟୁସେନା ତାହାର ପତାକାରେ ସଂଶୋଧନ କରିଥିଲା । ପୂର୍ବରୁ ବାୟୁସେନା ପତାକାରେ(ନାଲି, ଧଳା ଏବଂ ନୀଳ) ରଙ୍ଗ ସାମିଲ ଥିଲା । ସ୍ୱାଧିନତା ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା । ଭାରତୀୟ ବାୟୁସେନା ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତର ବାୟୁସେନା ଏବଂ ଭାରତୀୟ ବାୟୁସେନା ପାଖରେ କଠିନ ପରିସ୍ଥିତିରେ ଶତ୍ରୃକୁ ପରାସ୍ତ କରିବାର କ୍ଷମତା ରହିଛି ।

Get real time updates directly on you device, subscribe now.