fbpx
BSKY
BJD MC SKY
BJD MS SKY

ରୌପ୍ୟରେ ସନ୍ତୁଷ୍ଟ ହେଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍, ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୯ ରନରେ ପରାସ୍ତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ଫାଇନାଲରେ ଅଷ୍ଟ୍ରେଲିଆ ନଅ ରନ୍ ରେ ଭାରତକୁ ପରାସ୍ତ କରିଛି। ଏହିପରି ଭାବରେ କମନୱେଲଥ ଗେମ୍ସରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ମହିଳା କ୍ରିକେଟ୍ ରେ ଅଷ୍ଟ୍ରେଲିୟ ଦଳ ଏକ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛି। ପୁରୁଷ ଦଳ ପୂର୍ବରୁ ମାଲେସିଆରେ ୧୯୯୮ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିଥିଲା। ଏଥିରେ ମଧ୍ୟ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ପଦକ ଜିତିଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିୟା ମହିଳା ଦଳ ୨୦ ଓଭରରେ ଆଠଟି ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲେ। ୬୧ ରନ୍ ସହ ବେଥ୍ ମୌନି ଟପ୍ ସ୍କୋର କରିଥିଲେ। ଏଥି ସହିତ ଅଧିନାୟକ ମେଗ ଲେନିଙ୍ଗ ୨୬ ଟି ବଲରେ ୩୬ ରନର ଇନିଂସ ଖେଳିଥିଲେ। ଏହାର ଜବାବରେ ଭାରତୀୟ ଦଳ ୧୫୨ ରନ୍ ରେ ଅଲଆଉଟ ହୋଇଯାଇଥିଲା। କ୍ୟାପଟେନ ହରମାନପ୍ରୀତ କୌର ସର୍ବାଧିକ ୬୫ ରନ ସ୍କୋର କରିଥିଲେ। ଏଥି ସହିତ ଜେମିମା ରୋଡ୍ରିଗୁସ୍ ୩୩ ରନ୍ ସଂଗ୍ରହ କରିଥିଲେ।

ହରାମପ୍ରୀତ ଏହି ଟୁର୍ନାମେଣ୍ଟର ଦ୍ୱିତୀୟ ଅର୍ଦ୍ଧଶତକକୁ ୩୪ ବଲରେ ପୂରଣ କରିଥିଲେ। ଏହାପୂର୍ବରୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ହରମାନପ୍ରୀତ ନିଜେ ଗ୍ରୁପ୍ ପର୍ୟ୍ୟାୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ତାଙ୍କର ଉଭୟ ଇନିଂସର କୌଣସି ଲାଭ ହୋଇନଥିଲା। ଏହି ମ୍ୟାଚ୍ ବେଳେ ଭାରତ ପାଇଁ ଏକ ସଂକଟ ସୃଷ୍ଟି ହୋଇଥିଲା। ୱିକେଟ୍ କିପିଂ ସମୟରେ ତାନିଆ ଭାଟିଆ ଆହତ ହୋଇଥିଲେ। ଏହା ପରେ ୟସ୍ତିକା ଭାଟିଆଙ୍କୁ ତାଙ୍କ ସ୍ଥାନରେ ରିପ୍ଲେସମେଣ୍ଟ ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା।

Get real time updates directly on you device, subscribe now.