fbpx

ଏ କେମିତିକା ପ୍ରେମିକା, କଥା ଦେଇ ବିମାନ ବନ୍ଦରରେ ଛାଡିଲେନି ବୋଲି ପ୍ରେମିକ ନାଁରେ ଦେଲେ କେସ

ଓଡିଶା ଭାସ୍କର : ସାରା ବିଶ୍ୱରେ ଯେକୌଣସି ବି ସମ୍ପର୍କରେ ଜଡିତ ହୋଇ ରହିଥାଏ ଅପେକ୍ଷା । କେବେ ଏ ଅପେକ୍ଷା ପୂର୍ଣ୍ଣ ହୋଇଥାଏ ତ ପୁଣି କେବେ ଏହା ଉପେକ୍ଷାରେ ପରିଣତ ହୋଇଯାଏ । ଏ କ୍ଷେତ୍ରରେ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ମାତ୍ର ଏଥିପାଇଁ କେହି କେବେ କୋର୍ଟ ଯାଆନ୍ତି ନାହିଁ । ଏହିକ୍ରମରେ ଏମିତି ଏକ ସଂପର୍କ ସାମ୍ନାକୁ ଆସିଛି, ନିଜର ପ୍ରେମିକ ଦେଇଥିବା କଥା ନ ରଖିବାରୁ ପ୍ରେମିକା ଜଣକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଓ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି । ଆପଣ ଭାବୁଥିବେ ପ୍ରେମିକ ଜଣକ ପ୍ରେମିକା ଜଣକୁ ଧୋକା ଦେଇଥିବେ ଓ ବିବାହ ଭଳି କିଛି ସଙ୍ଗୀନ ଅଭିଯୋଗ ନାଁରେ ପ୍ରେମିକା ମାମଲା ରୁଜୁ କରିଥିବେ । ମାତ୍ର ସେମିତି କିଛି ବି ନୁହେଁ । ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ଜଣେ ପ୍ରେମିକାକୁ ନିଜର ପ୍ରେମିକ ଏୟାରପୋର୍ଟରେ ଛାଡିବାର କଥା ଦେଇଥିଲେ । ମାତ୍ର ତାହା କରି ପାରି ନ ଥିଲେ, ଫଳରେ ପ୍ରେମିକା ଜଣକ ତାଙ୍କ ନାମରେ ‘ବର୍ବଲ କଣ୍ଟ୍ରେକ୍ଟ’ ଉଲଂଘନ କରିବା ଆରୋପରେ ଏକ କେସ ଦେଇଛନ୍ତି । ପ୍ରେମିକ ଜଣକ ନିଜର ପ୍ରେମିକାଙ୍କୁ ଏୟାରପୋର୍ଟରେ ଛାଡିବାର କଥା ଦେଇଥିଲେ ଓ ତାହା ସହ ତାଙ୍କ ଅନୁପସ୍ଥିତିରେ ତାଙ୍କର ଦୁଇଟି ପୋଷିତ କୁକୁରର ରକ୍ଷଣବେକ୍ଷଣ ଦାୟିତ୍ୱ ମଧ୍ୟ ନେବାକୁ କହିଥିଲେ । କିନ୍ତୁ, ତାହା ରକ୍ଷା କରି ପାରି ନ ଥିଲେ । ଫଳରେ ପ୍ରେମିକାଙ୍କ ଫ୍ଲାଇଟ ମିସ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ସେ ଫ୍ଲାଇଟ ପାଇଁ ଅଧିକ ଖର୍ଚ୍ଚାନ୍ତ ବି ହୋଇଥିଲେ । ପ୍ରେମିକା ଜଣକ ନିଜ ବୟଫ୍ରେଣ୍ଡ ସହ ସାଢେ ଛ’ ବର୍ଷ ହେବ ସଂପର୍କରେ ରହିଛନ୍ତି । ଏହି ମାମଲାରେ ଜର୍ଜ କହିଛନ୍ତି, ଯେତେବେଳ ପର୍ଯ୍ୟନ୍ତ ଜଣେ ଆଇନ ଅନୁଯାୟୀ ସଂପର୍କରେ ନାହିଁ ସେତେବେଳେ ପର୍ଯ୍ୟନ୍ତ ଏଭଳି ମାମଲାର ସେ କିଛି କରି ପାରିବେ ନାହିଁ । ଫଳରେ ପ୍ରେମିକା ଜଣକଙ୍କୁ ନିରାଶ ହେବାକୁ ପଡିଛି ।

Get real time updates directly on you device, subscribe now.