fbpx

ପଶ୍ଚିମବଙ୍ଗରେ ରିଲିଜ ହେବ ‘ଦ କେରଳା ଷ୍ଟୋରୀ’, ସୁପ୍ରିମକୋର୍ଟ ହଟାଇଲେ ବ୍ୟାନ୍

ନୂଆଦିଲ୍ଲୀ: ଅନେରକ ବିବାଦ ମଧ୍ୟରେ ‘ଦ କେରଳା ଷ୍ଟୋରୀ’ ଉପରେ ଲଗାଇଥିବା ବ୍ୟାନ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଏହି ମାମଲାର ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି କହିଥିଲେ କି ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ମେ ୮ ତାରିଖରେ ଫିଲ୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯାଉଛି। ଏହି ପ୍ରତିବନ୍ଧକର କୌଣସି ଆଧାର ନଥିବାରୁ ଏହାକୁ ନିସ୍କ୍ରିୟ କରିଦିଆଯାଉଛି। ଅର୍ଥାତ୍ ଏହି ଫିଲ୍ମ ଏବେ ପଶ୍ଚିମବଙ୍ଗରେ ମଧ୍ୟ ରିଲିଜ ହେବ । ଏହା ସହିତ ତାମିଲନାଡୁ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରେକ୍ଷାଳୟରେ ଫିଲ୍ମ ଦେଖୁଥିବା ଲୋକଙ୍କୁ ସରକାର ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଅନ୍ତୁ ।

ଏହି ମାମଲାରେ ପୁର୍ବ ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାର ଦ କେରଳା ଷ୍ଟୋରୀ ଉପରେ ଲଗାଇଥିବା ପ୍ରତିବନ୍ଧକ ନିଷ୍ପତିକୁ ଠିକ୍ ବୋଲି କହିଥିଲେ। ସୁପ୍ରିମକୋର୍ଟରେ ଦିଆଯାଇଥିବା ଏକ ଆଫିଡେଭିଟ୍‌ରେ ପଶ୍ଚିମବଙ୍ଗ ସରକାର କହିଥିଲେ ଯେ ଫିଲ୍ମ ‘କେରଳ ଷ୍ଟୋରୀ’ ନକଲି ତଥ୍ୟ ଉପରେ ଆଧାରିତ ଏବଂ ଏଥିରେ ଘୃଣା ସୃଷ୍ଟିକାରି ମନ୍ତବ୍ୟ ରହିଛି ଯାହା ସାମ୍ପ୍ରଦାୟିକ ଭାବନାକୁ କ୍ଷତି ପହଞ୍ଚାଇପାରେ। ଯାହାଦ୍ୱାରା ସମାଜରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ସହିତ ନିଜର ଅଫିଡେଭିଡରେ ପଶ୍ଚମିବଙ୍ଗ ସରକାର ଗୁଇନ୍ଦା ତଥ୍ୟ ଆଧାରରେ ପ୍ରତିବନ୍ଧକ ଲଗାଇଥିବା କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି ଫିଲ୍ମ ଉପରୁ ପ୍ରତିବନ୍ଧକ ହଟାଇ ଦେଇଛନ୍ତି।

ଉଲ୍ଲେଖେଯାଗ୍ୟ, ‘ଦ କେରଳା ଷ୍ଟୋରୀ’ ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ହିଁ ଭଲ ବ୍ୟବସାୟ କରିଥିଲା। ପୂରା ଦେଶରେ ଲୋକେ ଏହି ଫିଲ୍ମର ପ୍ରଶଂସା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟଗବସାୟ କରିଥିବା ବେଳେ ଉତ୍ତର ପ୍ରଦେଶ, ହରିୟାଣା ଏବଂ ମଧ୍ୟ ପ୍ରଦେଶ ପରିରାଜ୍ୟ ଏହି ଫିଲ୍ମକୁ କର ମୁକ୍ତ କରିଛନ୍ତି।

ଖୁବ୍ ଶୀଘ୍ର ଏହା ୨୦୦ କୋଟି କ୍ଲବରେ ଯୋଗଦେବେ ବୋଲି ଆଶା କରାଯାଉଛି। ‘କେରଳ ଷ୍ଟୋରୀ’ରେ ସୁଦୀପଟୋ ସେନ୍ ଏବଂ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନୀ ଏବଂ ସୋନିଆ ବାଲାନି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.