ହନିମୁନ୍ ସାଜିଲା କାଳ, 11 ଦିନ ପରେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଦେହ
ହନିମୁନ ଯାଇଥିବା ସମୟରେ କରାଗଲା ହତ୍ୟା, ସ୍ତ୍ରୀ ନିଖୋଜ
ମଧ୍ୟପ୍ରଦେଶ: ହନିମୁନକୁ ଯାଇଥିଲେ ଖୁସି ମନେଇବା ପାଇଁ କିନ୍ତୁ 11ଦିନ ପରେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଲା ତାଙ୍କର ମୃତଦେହ। ଏମିତି ଏକ ଘଟଣା ଘଟିଯାଇଛି, ମଧ୍ୟପ୍ରଦେଶର ଇନ୍ଦୋରରେ। ଇନ୍ଦୋରର ରାଜା ରଘୁବଂଶୀ ତାଙ୍କ ହନିମୁନ ଯିବା ସମୟରେ ହଠାତ ନିଖୋଜ ହୋଇଯାଇଥିଲେ।
11 ଦିନ ଖୋଜା ଖୋଜି କଲା ପରେ ତାଙ୍କ ମୃତଦେହ ଏକ ପାହାଡିଆ ଅଞ୍ଚଳରେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ପୋଲିସ ଏକ ଗଭୀର ଖାତରୁ ମୃତଦେହ ବାହାର କରି ପୋଷ୍ଟମର୍ଟମ କରାଇଥିଲା ପୋଷ୍ଟମର୍ଟମରେ ଜଣାପଡ଼ିଥିଲା ତାଙ୍କର ମୃତ୍ୟୁ ଦୁର୍ଘଟଣାରେ ହୋଇନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଛି।
ସୂଚନା ଅନୁସାରେ, ରାଜା ରଘୁବଂଶୀ ତାଙ୍କ ପତ୍ନୀଙ୍କ ସହିତ ହନିମୁନ ପାଇଁ ଶିଲଂ ଯାଇଥିଲେ, କିନ୍ତୁ ହଠାତ୍ ଉଭୟ ନିଖୋଜ ହୋଇଯାଇଥିଲେ। ସିଲଂ ପୋଲିସ, ଡ୍ରୋନ୍ ଏବଂ ତିନୋଟି ଦଳ ସାହାଯ୍ୟରେ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ କରିଥିଲା। ତା ପରେ ରାଜାଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା।
ମୃତଦେହ କିପରି ଚିହ୍ନଟ ହେଲା?
ପୋଲିସ ଘଟଣାସ୍ଥଳରେ ପହଞ୍ଚି 2000 ଫୁଟ ଗଭୀରତାରୁ ମୃତଦେହ ବାହାର କରିଥିଲା। ହାତରେ ଲେଖାଥିବା ‘ରାଜା’ ଶବ୍ଦ ଆଧାରରେ ମୃତଦେହ ଚିହ୍ନଟ ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ରାଜାଙ୍କୁ ହତ୍ୟା କରାଯାଇଥିଲା। କାରଣ ତାଙ୍କ ଶରୀରରେ ଏକ ଧାରୁଆ ଅସ୍ତ୍ରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। କିନ୍ତୁ ରାଜାଙ୍କ ସ୍ତ୍ରୀଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ନାହିଁ। ସେ ନିଖୋଜ ଅଛନ୍ତି।
ଏହା ପରେ ଶିଲଂ ପୋଲିସ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରିଛି। ପରିବାର ଲୋକେ କିନ୍ତୁ ଶିଲଂ ପୋଲିସ ଉପରେ ଅବହେଳାର ଅଭିଯୋଗ କରି କହିଛନ୍ତି ଯେ,ଆରମ୍ଭରୁ ପୋଲିସ ଠିକ ଭାବରେ ତଦନ୍ତ କରୁନଥିଲା କିନ୍ତୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତାମାନେ ଏହି ମାମଲାରେ ହସ୍ତକ୍ଷେପ କଲାରୁ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା।
ଯାହା ଫଳରେ ରାଜାଙ୍କ ମୃତଦେହ ମିଳିଥିଲା। ଏବେ ସମସ୍ତଙ୍କ ନଜର ନିଖୋଜ ପତ୍ନୀଙ୍କ ଉପରେ ରହିଛି।