fbpx

ସାଧାରଣ ଲୋକଙ୍କ ତୁଳନାରେ ଅଧିକ ବର୍ଷ ବଞ୍ଚିଥାଆନ୍ତି କିନ୍ନର:ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ:କିନ୍ନର (ଥାର୍ଡ ଜେଣ୍ଡର)କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଗବେଷଣା ସାମ୍ନାକୁ ଆସିଛି । ଏହି ଗବେଷଣା ଦକ୍ଷିଣ କୋରିଆରେ ହୋଇଛି । ଗବେଷଣାରୁ ଜଣାପଡ଼ିଛି ଯେ ସାଧାରଣ ଲୋକଙ୍କ ତୁଳନାରେ କିନ୍ନର ଅଧିକ ଦିନ ବଞ୍ଚିଥାନ୍ତି । ପୂରା ବିଶ୍ୱରେ କିନ୍ନରଙ୍କ ଜୀବନଶୈଳୀ ସବୁବେଳେ ଭିନ୍ନ ହୋଇଥାଏ । ଲୋକମାନେ ଜାଣିବାକୁ ଚାହିଁଥାନ୍ତି ଯେ ସେମାନଙ୍କର ଜୀବନଶୈଳୀ କେମିତି ରହିଥାଏ । ସେମାନେ କେମିତି ସମ୍ପର୍କ ରଖିଥାନ୍ତି । କେଉଁ ପ୍ରକାର ସେମାନେ ନିଜକୁ ଖୁସି ରଖିଥାନ୍ତି ।

ଗବେଷକମାନେ ଶହ ଶହ ବର୍ଷ ଧରି କୋରିଆ ଉପଦ୍ୱୀପରେ ବାସ କରୁଥିବା କିନ୍ନରଙ୍କ ଜୀବନ ସମ୍ବନ୍ଧୀୟ ଘରୋଇ ଦଲିଲ ଗୁଡ଼ିକୁ ଅଧ୍ୟୟନ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ,କିନ୍ନରମାନେ କାଷ୍ଟ୍ରେସନ୍ ହେତୁ ଅଧିକ ଦିନ ବଞ୍ଚିଥାନ୍ତି । ଗବେଷକମାନେ ଆହୁରି କହିଛନ୍ତି ଯେ କିନ୍ନର ସାଧାରଣ ଲୋକଙ୍କ ତୁଳନାରେ ପ୍ରାୟ ୨୦ ବର୍ଷ ଅଧିକ ଦିନ ବଞ୍ଚିଥାନ୍ତି । ଏହି ଗବେଷଣା ସହିତ ଜଡ଼ିତ ଜଣେ ବୈଜ୍ଞାନିକ ଡାକ୍ଟର ସିୟୋଲ କୁଲି କହିଛନ୍ତି ଯେ କୋରିଆରେ ରହୁଥିବା କିନ୍ନରଙ୍କୁ ନେଇ ହୋଇଥିବା ଗବେଷଣାରୁ

ଜଣାପଡ଼ିଛି ଯେ,ସେମାନଙ୍କ ନିକଟରେ ମହିଳାଙ୍କ ପରି କିଛି ଲକ୍ଷଣ ଦେଖିବାକୁ ମିଳିଥାଏ । ସେମାନଙ୍କର ନିତମ୍ୱ ଓ ଛାତି ବଡ଼ ରହିଥିଲା ଏବଂ ସେମାନଙ୍କର ସ୍ୱର କର୍କସ ଥିଲା। କୋରିଆରେ କିନ୍ନରଙ୍କ ଜନ୍ମ ୧୫୫୬ରୁ ୧୮୬୧ ମଧ୍ୟରେ ହୋଇଥିଲା । ଏହି କିନ୍ନରଙ୍କ ଆୟୁସ ୭୦ବର୍ଷ ରହିଥିଲା । ସେମାନଙ୍କ ମଧ୍ୟରୁ କିଛି ଜଣ ୧୦୦ ରୁ ଅଧିକ ଦିନ ବଞ୍ଚି ରହିଥିଲେ । ଭାରତରେ କିନ୍ନରଙ୍କୁ ନେଇ କୌଣସି ଗବେଷଣା ହୋଇନାହିଁ । ହେଲେ ୨୦୧୧ ଜନଗଣନାରେ ସେମାନଙ୍କୁ ସାମିଲ କରାଯାଇଥିଲା । ପୂରା ଦେଶରେ ସେତେବେଳେ ପ୍ରାୟ ୫ ଲକ୍ଷ କିନ୍ନର ଭାରତରେ ରହିଥିଲେ ।

Get real time updates directly on you device, subscribe now.