fbpx

ପୁଣି ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ, ସେପ୍ଟେମ୍ବର ୧୩ ଯାଏଁ ଚାଲିବ, ୧୦ ରେ ଆଗତ ହେବ ବ୍ୟୟମଞ୍ଜୁର ବିଲ

ଓଡିଶା ଭାସ୍କର: ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଚଳିତ ବିଧାନସଭାର ଏହା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ । ଆଜିଠୁ ଆରମ୍ଭ ହୋଇ ଏହି ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ଯାଏଁ ଚାଲିବ । ସେପଟେ ସେପ୍ଟେମ୍ବର ୧୦ ତାରିଖରେ ଆଗତ ହେବାକୁ ଯାଉଛି ବ୍ୟୟମଞ୍ଜୁର ବିଲ ।

ଏହାବାଦ ବିଧାନସଭାର ଦ୍ୱିତୀୟ ଅଧିବେଶନରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ସମ୍ଭାବନା ଦେଖା ଦେଇଛି । ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରାଯିବ । ତତସହିତ ବହୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯିବ ରାଜ୍ୟର ବିକାଶ ପାଇଁ ବୋଲି ଜଣା ପଡିଛି ।

Get real time updates directly on you device, subscribe now.