fbpx

ଏମିତି ଭାବରେ ଉଦ୍ଧାର ହେଲା ଗଛ ଉପରେ ଚଢିଥିବା ଚିତାବାଘ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଙ୍ଗଲରେ ଶିକାର କରିବାରେ ଖୁବ ମାହିର ଚିତାବାଘ । ଯାହା କବଳରୁ ବଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇଥାଏ । କିନ୍ତୁ ଧୀରେ ଧୀରେ ଜଙ୍ଗଲ ନଷ୍ଟ ହେଉଥିବାରୁ ଜନବସତି ଆଡକୁ ମୁହଁ କଲେଣି ପଶୁପକ୍ଷୀ । ଅନେକ ସମୟରେ ଏମାନଙ୍କ ଲୋକମାନଙ୍କ ଗାଁ ଘରେ ପଶିଯାଉଥିବାର ଘଟଣା ସାମନାକୁ ଆସିଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମ ଗୁଆହାଟିର ପାଣ୍ଡୁ ଲୋକୋ କଲୋନୀରେ ।

ଏହି ଅଞ୍ଚଳରେ ଏକ ଚିତାବାଘ ବୁଲୁଥିବାର ଦେଖି ଲୋକମାନଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଥିଲା । ଏହାପରେ ଚିତାବାଘକୁ ଧରିବା ପାଇଁ ବନବିଭାଗକୁ ଖବର ଦିଆଯାଇଥିଲା । ତେବେ ବନ ବିଭାଗ ଦ୍ୱାରା ଚିତାବାଘକୁ ଉଦ୍ଧାର କରିବାର ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଗଛରେ ଥିବା ଚିତାବାଘକୁ ଉଦ୍ଧାର କରିବା ପାଇଁ ବନବିଭାଗର କର୍ମଚାରୀଙ୍କୁ ମଧ୍ୟ ଗଛ ଉପରକୁ ଚଢିବାକୁ ପଡିଛି । ଶିକାରର ରାଜା କୁହାଯାଉଥିବା ଚିତାବାଘକୁ ଗଛରେ ଚଢି ଉଦ୍ଧାର କରିବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ କର୍ମଚାରୀଙ୍କ ଅନ୍ୟ ସାଥୀମାନେ ଗଛ ତଳେ ଜାଲ ଧରି ଉପସ୍ଥିତ ରହିଥିଲେ । ଚିତାବାଘକୁ ବେହୋସ କରି ଧୀରେ ଧୀରେ ତଳକୁ ଅଣାଯାଇଛି । ଖୁବ ସତର୍କତାର ସହ ପ୍ରଥମେ ଚିତାବାଘକୁ ଗଛରୁ ଧକ୍କା ଦେଇ ଜାଲରେ ପକାଯିବା ପରେ ଏହାର ଚିକିତ୍ସା ପାଇଁ ଆସାମର ଚିଡିଆଖାନାକୁ ନିଆଯାଇଛି । ତେବେ ଭିଡିଓରେ ଚିତାବାଘକୁ ଉଦ୍ଧାର କରିବାର ଏହି ଭିଡିଓ ଲୋକମାନଙ୍କୁ ଖୁବ ପସନ୍ଦ ଆସିଛି ।

Get real time updates directly on you device, subscribe now.