fbpx

BREAKING…ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ; ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଯିବ ତିନି ରଥ

ପୁରୀ: (ଓଡ଼ିଶା ଭାସ୍କର) ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି । ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଯିବ ତିନି ରଥ । ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଗୁଣ୍ଡିଚା ପଡୁଛି ଦୁଇ ଦିନ । ସେଥିପାଇଁ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତି ।

ଆସନ୍ତାକାଲି ରଥାରୁଢ଼ ହେବେ ତିନି ଠାକୁର । ରଥରେ ବିରାଜମାନ କରି ଜନ୍ମବେଦିକୁ ଯିବେ ମହାପ୍ରଭୁ ଜଗନ୍ନାଥ, ଦେବୀ ଶୁଭଦ୍ରା ଏବଂ ବଳଭଦ୍ର । ମାନ୍ୟତା ରହିଛି ଯେ, ରଥଯାତ୍ରା ସମୟରେ ଭଗବାନଙ୍କ ବାମନ ଅବତାର ଦର୍ଶନ କରିବାରେ ପାପନାଶ ହୋଇଥାଏ ଏବଂ ମନ ଶୁଦ୍ଧ ହୋଇଥାଏ । ସେଥିଲାଗି ଆସନ୍ତା କାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

କାର୍ଯ୍ୟସୂଚୀ:

-୭ ଜୁଲାଇ ୨୦୨୪ରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ରଥରେ ବିରାଜମାନ କରାଯିବ ଏବଂ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟଣାଯିବ ।
-ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିବ । ଏଠାରେ ମହାପ୍ରଭୁଙ୍କ ପାଇଁ ଭିନ୍ନ-ଭିନ୍ନ ପ୍ରକାର ଖାଦ୍ୟ ତିଆରି ହେବ । ଏହି ପରମ୍ପରା ବହୁ ପୁରାତନ କାଳରୁ ଚାଲିଆସିଛି । ଏହି ମାଉସୀ ମାଆଙ୍କ ମନ୍ଦିରରେ ଭକ୍ତ ଆସି ଠାକୁରଙ୍କୁ ଦର୍ଶନ କରିବେ ।
-୧୫ ତାରିଖରେ ମହାପ୍ରଭୁ ନିଜ ଭାଇ-ଭଉଣୀଙ୍କୁ ଧରି ପୁନଶ୍ଚ ଶ୍ରୀମନ୍ଦିରକୁ ବାହୁଡିବେ ।
-ସୁନାବେଶ ପରେ୧୬ ତାରିଖରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ।

Get real time updates directly on you device, subscribe now.