ଶାନ୍ତ ପଡ଼ିଲା ଲୋୟର ପିଏମଜି, ପାଲଟିଥିଲା ରଣକ୍ଷେତ୍ର

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଥିବା ଲୋୟର ପିଏମଜି ବର୍ତ୍ତମାନ ଶାନ୍ତ ପଡିଲା। ଠେଲାପେଲା, ଟେକା ପଥର ମାଡ଼ ପରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ହୋଇଛି। କଂଗ୍ରେସ କର୍ମୀଙ୍କ ଅନ୍ଦୋଳନ ବେଳେ ସାମ୍ନାସାମ୍ନି ହୋଇଥିଲେ।

ଚେୟାର ଫିଙ୍ଗାଫୋପଡା, ଅଣ୍ଡା ମାଡ଼ କରିଥିଲେ କଂଗ୍ରେସ କର୍ମୀ। ନିୟନ୍ତ୍ରଣ ପାଇଁ ପୋଲିସ ପାଣି ମାଡ଼ କରିଥିଲା। ଏଥିସହ ବିକ୍ଷୋଭକାରୀଙ୍କ ଉପରେ ଟିୟର ଗ୍ୟାସ ପ୍ରୟୋଗ କରାଯାଇଥିଲା।

ଏପରିକି ଲାଠି ଚାର୍ଜ କରି ସ୍ଥିତି ନିୟନ୍ତ୍ରଣ କରିଛି ପୋଲିସ। ବିକ୍ଷୋଭ କରୁଥିବା କିଛି କଂଗ୍ରେସ କର୍ମୀ ଆହତ ହୋଇଛନ୍ତି।

ବରିଷ୍ଠ କଂଗ୍ରେସ ନେତାଙ୍କ ବିକ୍ଷୋଭ ପ୍ରଦର୍ଶନ ସ୍ଥିତିକୁ ଅସମ୍ଭାଳ କରିଥିଲା। ସେଥିପାଇଁ ପୋଲିସ ଏମାନଙ୍କୁ ଗିରଫ କରିଛି। ଏହାପରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ପଡିବା ଦେଖିବାକୁ ମିଳିଛି।