(video)ଏହିପରି ଦୃଶ୍ୟ ଦେଖି କୋମାକୁ ଚାଲିଯାଉଛନ୍ତି ପୁରୁଷ, ଲୋକେ ବୈବାହିକ ଜୀବନ ବଞ୍ଚିବାକୁ ଡ଼ରୁଛନ୍ତି
ଏହିପରି ଦୃଶ୍ୟ ପୁରୁଷ ସମାଜକୁ ବିଚଳିତ କରୁଛି।
ନୂଆଦିଲ୍ଲୀ: ଅନେକ ସମୟରେ ଏମିତି ହୁଏ ଯେ ରାସ୍ତାରେ ଯାଉଥିବା ସମୟରେ ଲୋକମାନେ ଏପରି କିଛି ଦୃଶ୍ୟ ଦେଖନ୍ତି ଯାହାକୁ ସେମାନେ ଅଣଦେଖା କରିପାରନ୍ତି ନାହିଁ।
ଏପରି ପରିସ୍ଥିତିରେ ଅନେକ ଲୋକ ଏହାର ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଆଉ ଯଦି ସେହି ଭିଡ଼ିଓ ଇଣ୍ଟରନେଟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ, ତେବେ ଏହା ଭାଇରାଲ ହୋଇଯାଏ।
ଯଦି ଆପଣ ମଧ୍ୟ ପ୍ରତିଦିନ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି, ତେବେ ଆପଣ ନିଶ୍ଚୟ ଅନେକ ଭିଡ଼ିଓ ଦେଖିଥିବେ ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବ। ଏବେ ସେହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହିଭଳି ଦୃଶ୍ୟ ପୁରୁଷ ସମାଜକୁ କୋମାକୁ ନେଇଯାଉଛି।
ଭାଇରାଲ୍ ଭିଡିଓରେ କ’ଣ ଦେଖାଯାଉଛି: ଏବେ ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖାଯାଉଛି ଯେ, ଏକ ଦମ୍ପତ୍ତି ବାଇକରେ ଯାଉଛନ୍ତି। ପଛରେ ବସିଥିବା ମହିଳା ହଠାତ୍ ତାଙ୍କ ସ୍ୱାମୀଙ୍କୁ ଦୁଇ ହାତରେ ଚଳନ୍ତା ବାଇକରେ ବସିଥିବା ଅବସ୍ଥାରେ ଚାପୁଡା ମାରିବା ଆରମ୍ଭ କରୁଛନ୍ତି।
ପ୍ରଥମେ ସେ ଦୁଇ ହାତରେ ତାଙ୍କ ଗାଲକୁ ଚାପୁଡା ମାରୁଛନ୍ତି। ଆଉ ତାପରେ ତାଙ୍କ ହାତକୁ ଆଗକୁ ନେଇ ପୁରୁଷଙ୍କ ପେଟ କିମ୍ୱା ଛାତିକୁ ଜୋରେ ଆଘାତ କରୁଛନ୍ତି।
ଏହାପରେ ପୁଣି କିଛି ସମୟ ନିରବ ରହିବା ପରେ ପୁଣି ଦୁଇ ହାତରେ ପୁରୁଷ ଜଣଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳୁଛି। ଅର୍ଥାତ୍ କିଛି ମିନିଟ୍ ବ୍ୟବଧାନରେ ମହିଳା ଜଣଙ୍କ ପୁରୁଷଙ୍କୁ ମାରୁଥାନ୍ତି। ଆଉ ପଛରେ ଯାଉଥିବା କାରରେ ଥିବା ବ୍ୟକ୍ତି ଏହି ଦୃଶ୍ୟକୁ ଫୋନରେ ରେକର୍ଡ କରିଛନ୍ତି। ଯାହା ଏବେ ଭାଇରାଲ୍ ହେଉଛି।
ଦେଖନ୍ତୁ ଭିଡ଼ିଓ:
पुरुष समाज यही सब देखकर सदमें में है…pic.twitter.com/xnVOlzdJhE
— Shivani Sahu (@askshivanisahu) July 24, 2025
ଆପଣ ଯେଉଁ ଭିଡ଼ିଓଟି ଦେଖୁଛନ୍ତି ତାହା X ପ୍ଲାଟଫର୍ମରେ @askshivanisahu ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି।
ଭିଡିଓଟି ପୋଷ୍ଟ କରିବା ସମୟରେ କ୍ୟାପସନରେ ଲେଖାଯାଇଛି, ‘ଏସବୁ ଦେଖିବା ପରେ ପୁରୁଷ ସମ୍ପ୍ରଦାୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।’ ଖବର ଲେଖାଯିବା ପର୍ଯ୍ୟନ୍ତ ଭିଡିଓଟିକୁ ୨୬ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।
ଭିଡିଓଟି ଦେଖିବା ପରେ ଜଣେ ୟୁଜର କମେଣ୍ଟ ଦେଇଛନ୍ତି – ଆଜିକାଲି ଲୋକଙ୍କ ବିଷୟରେ କ’ଣ କହିବା, ଏହା ବୁଝିବାକୁ ସମୟ ଲାଗୁଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ଯେତେବେଳେ ଜଣେ ପୁରୁଷ ଏହା କରିବ ସେତେବେଳେ କ’ଣ ହେବ ଭାବନ୍ତୁ।
ତୃତୀୟ ୟୁଜର ଲେଖିଛନ୍ତି – ଭାଇଙ୍କୁ ରାସ୍ତାରେ ଅପମାନିତ କରାଯାଉଛି। ଚତୁର୍ଥ ୟୁଜର ଲେଖିଛନ୍ତି – ଆଜିକାଲି ପୁରୁଷ ସମ୍ପ୍ରଦାୟ ଆଶ୍ଚର୍ଯ୍ୟରେ ଅଛି।