fbpx

(Video) ଷ୍ଟାଇଲ ମାରିବା ପଡିଗଲା ମହଙ୍ଗା: ମୁହଁରୁ ନିଆଁ ବାହାର କରିବା ବେଳେ ଘଟିଗଲା ଅଘଟଣ…

ନୂଆଦିଲ୍ଲୀ: ସର୍କସରେ କିଛି ଜୋକର ଏବଂ ଷ୍ଟଣ୍ଟମ୍ୟାନ ବିଭିନ୍ନ ପ୍ରକାର ଯାଦୁ ଦେଖାଇଥାନ୍ତି । ତେବେ କିଛି ଲୋକ ମୁହଁରୁ ନିଆଁ ବାହାର କରିବା ଭଳି ଖତରନାକ ଷ୍ଟଣ୍ଟ କରିଥାନ୍ତି । ତେବେ ଏହା ଦେଖିବାକୁ ଯେତିକି ଭୟଙ୍କର ଲାଗେ, ବିନା ତାଲିମ କିମ୍ବା ପ୍ରାକ୍ଟିସରେ ଏହା କରିବା ଅସମ୍ଭବ । ନଚେତ ବଡ ଅଘଟଣ ଘଟିଯିବାର ଆଶଙ୍କା ଭରି ରହିଛି ଏହି ଷ୍ଟଣ୍ଟରେ । ଠିକ ଯେମିତି ଏହି ବ୍ୟକ୍ତିଙ୍କ ସହ ଘଟିଯାଇଛି । ଟ୍ରେନିଙ୍ଗ ବିନା ନିଆଁ ସହ ଖେଳି ଷ୍ଟାଇଲ ମାରିବା କିନ୍ତୁ ତାଙ୍କୁ ଖୁବ ମହଙ୍ଗା ପଡିଯାଇଛି ।

କଥାରେ ଅଛି ନିଆଁ ଆଉ ପାଣି ସହିତ ଶତ୍ରୁତା କରିବା ଠିକ ନୁହେଁ । କିନ୍ତ ଏହି ବ୍ୟକ୍ତି ଜଣକ ବୋଧହୁଏ ସେ କଥାକୁ ଧ୍ୟାନ ଦେଇ ନଥିଲେ କିମ୍ବା ଭୁଲି ଯାଇଥିଲେ । ଯାହା ଫଳରେ ସେ ନିଆଁକୁ ନିଜ ହାତ ମୁଠାରେ ନେଇ ଯାଇଛନ୍ତି । ମୁହଁରୁ ନିଆଁ ବାହାର କରି ଷ୍ଟ୍ରୀଟରେ ଷ୍ଟାଇଲ ମାରୁଥିଲେ ଏହି ଯୁବକ । କିନ୍ତୁ ଏହାପରେ ଯାହା ଘଟିଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ହାତରେ ଏକ ନିଆଁର ଷ୍ଟିକ ଧରି ବୁଲୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହା ସହିତ ମୁହଁରୁ ନିଆଁ ବାହାର କରି ଲୋକମାନଙ୍କୁ ସେ ଷ୍ଟଣ୍ଟ ଦେଖାଉଥିଲେ । କିନ୍ତୁ ହଠାତ ସେହି ନିଆଁ ତାଙ୍କ ମୁହଁକୁ ଧରି ନେଇଥିଲା ।

ନିଆଁ ସହ ଖେଳୁ ଖେଳୁ ଏହା ତାଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି । କିଛି ସମୟ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ନିଆଁରେ ଫସିଯାଇ ଚିତ୍କାର କରିଥିଲେ । ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇପାରିନି । ତେବେ ପାଖରେ ଥିବା କିଛି ଲୋକ ଏବଂ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ଶେଷରେ ତାଙ୍କ ମୁହଁରେ ଲାଗିଥିବା ନିଆଁ ଶାନ୍ତ ହୋଇଛି ।

କିନ୍ତୁ ଏହି ଘଟଣା ତାଙ୍କୁ ଏକ ଶିକ୍ଷା ଦେଇଯାଇଛି । କେବଳ ତାଙ୍କୁ ନୁହେଁ ଏହା ସମସ୍ତଙ୍କୁ ଶିକ୍ଷା ଦେଇଛି । ପ୍ରତ୍ୟେକ କାମକୁ ଅତ୍ୟନ୍ତ ସତର୍କ ଏବଂ ସାବଧାନର ସହ କରିବା ଉଚିତ । ନଚେତ କେତେବେଳେ ବି କିଛି ବି ଅଘଟର ଘଟିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.