ନୂଆଦିଲ୍ଲୀ: ଚିଡିଆଖାନାର ପିଞ୍ଜରାରେ ବନ୍ଦୀ ହେଉ କି କେଉଁ ନଦୀ ପୋଖରୀ କୂଳରେ ହେଉ କୁମ୍ଭୀରକୁ ଦେଖିଲେ ଖୁବ ଭୟ ଲାଗେ । ତେବେ ଥରେ ଚିନ୍ତା କରନ୍ତୁ, ଯଦି ଏମିତି ଏକ ବିରାଟ କୁମ୍ଭୀର ଆପଣଙ୍କ ଅତି ନିକଟରେ ଯାଏ, ସେ ପରସ୍ଥିତିରେ ଆପଣ କ’ଣ କରିବେ ? ବୋଧହୁଏ ଅନେକ ଲୋକଙ୍କୁ ହାର୍ଟ ଆଟାକ ହୋଇଯିବ । କିନ୍ତୁ ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନଙ୍କୁ ଏଭଳି ଭୟଙ୍କର କାରନାମା କରିବାକୁ ଖୁବ ଭଲ ଲାଗେ । ତେବେ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଟ୍ୱିଟରରେ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତି କୁମ୍ଭୀରର ଖୁବ ନିକଟରେ ପହଁରୁଥିବାର ଦେଖିବାକୁ ମିଳୁଛି । ତେବେ କୁମ୍ଭୀର ନିକଟକୁ ଯିବା ମୃତ୍ୟୁ ପାଖକୁ ଯିବା ସହ ସମାନ । କିନ୍ତୁ ଏହି ବ୍ୟକ୍ତି ଜଣକ ଗୋଟିଏ ନୁହେଁ, ୨ଟି କୁମ୍ଭୀର ମଝିରେ ସ୍ୱିମିଙ୍ଗ କରୁଛନ୍ତି । ଏହାପରେ କୁମ୍ଭୀର ଯାହା କଲା, ତାହା ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ କୁମ୍ଭୀର ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା । କୁମ୍ଭୀରର ଦାନ୍ତ ବାଜିବା କ୍ଷଣି ଯୁବକଙ୍କ ଅବସ୍ଥା ଖରାପ ହୋଇ ଯାଇଥିଲା ।
ଏହାପରେ ସେ ଯେମିତି ସେମିତି କରି ପାଣିରୁ ବାହାରି ଆସିବାରେ ସଫଳ ହୋଇଛନ୍ତି । କିନ୍ତୁ ଏହି ଘଟଣା ପରେ ସେ ଏକ ବଡ ଶିକ୍ଷା ପାଇଥିବେ ନିଶ୍ଚିତ । ଆଗକୁ ଏଭଳି ଭୟାନକ କାମ କରିବା ପୂର୍ବରୁ ସେ ଅନେକ ଥର ଚିନ୍ତା କରିବାକୁ ବାଧ୍ୟ ହେବେ । ତେବେ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରାଯାଇଛି । ଏପର୍ଯ୍ୟନ୍ତ ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅନେକ ୟୁଜର ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।