AC ପାଇଁ ମହାଭାରତ, ଭାଙ୍ଗିଗଲା ବାହାଘର

କନ୍ୟାର କଥାରେ ରାଗିଯାଇ ବର କରିଦେଲା ଏଭଳି କାଣ୍ଡ, ଯେଉଁଥିପାଇଁ ଭାଙ୍ଗିଗଲା ବାହାଘର

ଉତ୍ତରପ୍ରଦେଶ: ଏସି ପାଇଁ ଭାଙ୍ଗିଗଲା ବାହାଘର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟା ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାରେ। ଯେଉଁଠି ଦେଖିବାକୁ ମିଳିଛି ଯେ, ବାହାଘର ହେଉଥିବା ହଲରେ AC ନଥିବାରୁ କନ୍ୟା ଜଣଙ୍କ ବାହାଘର ଭାଙ୍ଗିଦେଲେ।

କଣ ଥିଲା ପୁରା ଘଟଣା? ଘଟଣାଟି ଶମସାବାଦ ସହରର। ଫିରୋଜାବାଦର ଜଣେ ଝିଅର ବିବାହ ଶମସାବାଦର ଏକ ଗାଁର ଜଣେ ଯୁବକଙ୍କ ସହ ହେବାର ଥିଲା। ବର ପକ୍ଷ ବାହାଘର କେଉଁଠି ହେବ, କିପରି ହେବ ସେ ଦାୟୀତ୍ୱ ନେଇଥିଲେ। ବାହାଘର ଯେଉଁଠି ହେଉଥିଲା ସେଠାକୁ କନ୍ୟା ପକ୍ଷ ଟିକେ ବିଳମ୍ବରେ ପହଞ୍ଚିଲେ।

ତା ପରେ କନ୍ୟାକୁ ଏକ କୋଠରୀରେ ବସିବା ପାଇଁ କୁହାଗଲା କିନ୍ତୁ ସେ କୋଠରୀରେ କୌଣସି ଏସି ନଥିଲା ଆଉ ପଙ୍ଖା ମଧ୍ୟ ବହୁତ ଧୀର ଚାଲୁଥିଲା।

ପ୍ରବଳ ଗରମ ହେବାରୁ କନ୍ୟା ତୁରନ୍ତ ତାଙ୍କ ପରିବାରକୁ ଏ ବିଷୟରେ ଜଣାଇଥିଲେ। ତା’ପରେ ସେ ବର ପକ୍ଷକୁ ଏସି ବ୍ୟବସ୍ଥା କରିବାକୁ ମଧ୍ୟ କହିଲେ। ଏହି ବିଷୟକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା।

ବର କହିଦେଲେ ଅପମାନ ଜନକ କଥା: ବର ଜଣଙ୍କ ବିରକ୍ତ ହୋଇ କନ୍ୟାକୁ ଏବଂ କନ୍ୟାର ପରିବାର ଲୋକଙ୍କୁ କିଛି ଅପମାନ ଜନକ କଥା କହିଦେଲେ। ଏହା ଶୁଣି କନ୍ୟା ରାଗିଯାଇ ବିବାହ କରିବାକୁ ମନା କରିଦେଲେ। ସମ୍ପର୍କୀୟମାନେ କନ୍ୟାକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ କନ୍ୟା ଆଉ ରାଜି ହେଲେନି। ଶେଷରେ ତା ପରଦିନ ସକାଳେ କନ୍ୟା ବିବାହ ନକରି ଘରକୁ ଫେରିଲେ।

ଏହି ଘଟଣାରେ କନ୍ୟାର ମାଆ ଥାନାକୁ ଯାଇ ଯୌତୁକ ମାମଲା ଏବଂ ଗାଳିଗୁଲଜ କରିବା କଥାକୁ ନେଇ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ ଷ୍ଟେସନ୍ ପ୍ରଭାରୀ ଇନ୍ସପେକ୍ଟର ହଂସରାଜ ଭଦୌରିଆ କହିଛନ୍ତି ଯେ ମାମଲାର ତଦନ୍ତ କରାଯାଉଛି।