fbpx

ମେୟର ବିବାହ କରିଲେ କୁମ୍ଭୀରକୁ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

Advertisement

ମେକ୍ସିକୋ : ଦକ୍ଷିଣ ମେକ୍ସିକୋର ସୈନ ପେଡ୍ରୋ ହୁଆମେଲୁଲା ସହରର ମେୟର ବିକ୍ଟର ହ୍ୟୁଗୋ ସୋସା ଏକ ପାରମ୍ପାରିକ ନୀତି ନିୟମରେ ଏକ ମାଇ କୁମ୍ଭୀର ସହ ବିବାହ କରିଲେ । ସେହି ସ୍ଥାନରେ ଏହା ଏକ ସ୍ଥାନୀୟ ପରମ୍ପରା ଅନୁସାରେ ଏଭଳି ବିବାହ ସୌଭାଗ୍ୟ ଆଣିଥାଏ । ସରୀସୃପ, ଏକ କାଇମାନ, ସ୍ଥାନୀୟ ଇତିହାସରେ ‘ରାଜକୁମାରୀ ଝିଅ’ର ପ୍ରତିନିଧିତ୍ୱ କରେ ।

ସୂଚନା ଅନୁସାରେ ଏହି ନୀତି ପ୍ରାୟ ୨୦୩ ବର୍ଷ ପୁରୁଣା ଅଟେ । ଏହା ସ୍ଥନୀୟ ଚୋଣ୍ଟାଲ ଏବଂ ହୁଆୱେ ଗୋଷ୍ଟୀ ମଧ୍ୟରେ ବିବାହ ଦ୍ୱାରା ଶାନ୍ତି ପ୍ରତିଷ୍ଠାତାକୁ ସ୍ମରଣ କରାଯାଏ । କୁହାଯାଏ ଯେ, ମେଣ୍ଟାଲ ଓ ଚୋଣ୍ଟାଲ ରାଜାଙ୍କ ପ୍ରତୀକ, ସରୀସୃପଙ୍କୁ ବିବାହ କରି ଦୁଇ ସଂସ୍କୃତିର ମିଳନ କରନ୍ତି । ବିବାହ ସମାରୋହ ସମ୍ପ୍ରଦାୟକୁ ପୃଥବୀ ସହିତ ସଂଯୋଗ କରିବାକୁ ଅନୁମତି ଦେଇଥାଏ, ବର୍ଷା, ଉତ୍ତମତା ଏବଂ ସମନ୍ୱୟ ପାଇଁ ଆର୍ଶୀବାଦ ମାଗଥାନ୍ତି ।

ସମାଚାର ସମୟରେ ନ୍ୟୁଜ ଏଜେନ୍ସି AFP ଦ୍ୱାରା ସୋସା କହିଛନ୍ତି ଯେ, ମୁଁ ଏହି ଦାୟୀତ୍ୱ ଗ୍ରହଣ କରିବି କାରଣ ଆମେ ପରସ୍ପରକୁ ଭଲ ପାଉ । ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ଆପଣ ଭଲ ପାଇବା ବିନା ବିବାହ କରି ପାରିବେ ନାହିଁ ……..ମୁଁ ରାଜକୁମାରୀ ଝିଅକୁ ବିବାହ କରିବାକୁ ପ୍ରସ୍ତୁତ ଅଛି । ସେଠାରେ ପରମ୍ପରା ରହିଛି ବିବାହ ସମାରୋହ ପୂର୍ବରୁ, ସରୀସୃପକୁ ଘର-ଘରକୁ ନେଇ ଯାଆନ୍ତି, ଯେମିତି ସ୍ଥାନୀୟ ଲୋକେ ନିଜ କୋଳକୁ ନେଇ ପାରିବେ ଏବଂ ନୃତ୍ୟ କରି ପାରିବେ । ବିବାହ ସମୟରେ ମାଇ କୁମ୍ଭୀରକୁ ସ୍ୱତନ୍ତ୍ର ପୋଷାକ ପିନ୍ଧା ଯାଏ ଏବଂ ଲୋକଙ୍କ ସୁର୩ା ପାଇଁ ତାର ମୁହଁରେ ଏକ ଦୌଡି ବନ୍ଧା ଯାଏ । ବିବାହଟି ଟାଉନ ହଲରେ ଆୟୋଜନ କରାଯାଏ ।

ବିବାହରେ ମେୟର ସରୀସୃପ କନ୍ୟା ସହ ନାଚିଲେ, ସଂସ୍କୃତିର ସଭାକୁ ପାଳନ କରି ଲୋକଙ୍କ ପାଇଁ ଆନନ୍ଦ ଆଣିଥାଲେ । ପରିଶେଷରେ ମେୟର କନ୍ୟା ସରୀସୃପର ମୁହଁରେ ଚୁମ୍ବନ ଦେଇ ସମାରୋହକୁ ସମାପ୍ତ କରିଲେ । ପରବର୍ତ୍ତୀ ସମୟରେ ସୋସା AFP କୁ କହିଛନ୍ତି ଯେ, ଆମେ ଏଥିରେ ଖୁସି କାରଣ ଆମେ ଦୁଇଟି ସଂସ୍କୃତିର ସଭାକୁ ପାଳନ କରୁଛୁ ।

Get real time updates directly on you device, subscribe now.