ଧନତେରସରେ ଏହି ୪ ରାଶିଙ୍କର ବଦଳିବ ଭାଗ୍ୟ: ରାଶି ପରିବର୍ତ୍ତନ କରିବେ ବୁଧ, ସବୁଠି ମିଳିବ ସଫଳତା!

ଓଡ଼ିଶା ଭାସ୍କର: ଆସନ୍ତା ଅକ୍ଟୋବର ୨୯ ତାରିଖରେ ପାଳନ ହେବ ପବିତ୍ର ଧନତେରସ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଚଳିତବର୍ଷ ଧନତେରସ ପର୍ବ ବେଶ୍ ଶୁଭ ରହିବ । ତେବେ ଏହି ଅବସରରେ ଗ୍ରହମାନଙ୍କର ରାଜକୁମାର କୁହାଯାଉଥିବା ବୁଧ ରାଶି ବିଛା ରାଶିରେ ପ୍ରବେଶ କରିବେ । ଏହି ରାଶିରେ ପ୍ରବେଶ କରିବା ପରେ ଶୁକ୍ର ସହ ମିଶି ଏହା ଲକ୍ଷ୍ମୀନାରାୟଣ ଯୋଗ ସୃଷ୍ଟି ହେବ । ସମସ୍ତ ୧୨ଟି ରାଶିରେ ବୁଧ ଗୋଚରର ପ୍ରଭାବ ପରିଲକ୍ଷିତ ହେବ । କିନ୍ତୁ ୪ଟି ରାଶି ପାଇଁ ଏହା ଖୁବ ଶୁଭ ଫଳ ଦେବ ବୋଲି ଜ୍ୟୋତିଶ ଶାସ୍ତ୍ର ସୂଚନା ଦେଇଛି ।

  • ମିଥୁନ ରାଶି: ବୁଧ ଗୋଚରର ରାଶି ପରିବର୍ତ୍ତନ ମୁଥୁନ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ସମୟ ବେଶ୍ ଅନୁକୂଳ ରହିବ । ନୂଆ ନୂଆ ଡିଲ୍ ମିଳିପାରେ, ଏବଂ ଏଥିରେ ଭଲ ଫାଇଦା ମଧ୍ୟ ମିଳିପାରେ । ଏହି ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ ଏବଂ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିପାରିବ । ପାରିବାରିକ ସମ୍ପର୍କ ମଜବୁତ ହେବ ।
  • ସିଂହ ରାଶି: ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଗୋଚର ଶୁଭ ସମାଚାର ଆଣିବ । ନିବେଶ କରିବାକୁ ଚାହୁଁଥିବା ଲୋକମାନେ ଏହି ସମୟରେ ନିବେଶ କରିପାରିବେ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ । ଏହାସହିତ ଏହି ସମୟରେ ବାହନ ସୁଖ ମଧ୍ୟ ପ୍ରାପ୍ତ ହୋଇପାରେ । କର୍ମକ୍ଷେତ୍ରରେ ଥିବା ଲୋକମାନଙ୍କ ପାଇଁ ଏହି ସମୟ ବେଶ୍ ଶୁଭ ରହିପାରେ । ଆପଣଙ୍କ କାର୍ଯ୍ୟରେ ଉପରିକ୍ତ ଅଫିସର ପ୍ରସନ୍ନ ହୋଇପାରନ୍ତି ।
  • ତୁଳା ରାଶି: ଏହି ରାଶି ଲୋକମାନଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସଫଳତା ମିଳିପାରିବ । କର୍ମଚାରୀମାନଙ୍କ ଦରମା ବୃଦ୍ଧି ହୋଇପାରେ ଏବଂ ପ୍ରମୋସନ ମଧ୍ୟ ମିଳିପାରେ । ସେହିପରି ପ୍ରେମ ସମ୍ପର୍କରେ ମଧ୍ୟ ସୁଧାର ଦେଖିବାକୁ ମିଳିପାରେ । ଅବିବାହିତ ଲୋକମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ବ୍ୟବସାୟରେ ବିସ୍ତାର କରିବାର ଅବସର ମିଳିପାରେ ।
  • କୁମ୍ଭ ରାଶି: ବୁଧ ଗୋଚର ଯୋଗୁଁ ଏହି ରାଶିର ଲୋକମାନଙ୍କର ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ଯଦି କୌଣସି କାର୍ଯ୍ୟ ଦୀର୍ଘ ସମୟରୁ ଅଟକି ରହିଛି, ଏଥିରେମଧ୍ୟ ସଫଳତା ମିଳିପାରିବ । ଆୟର ନୂଆ ଉତ୍ସ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । କାର୍ଯ୍ୟକ୍ଷେତ୍ରରେ ଥିବା କିଛି ସମସ୍ୟାର ସମାଧାନ ହୋଇପାରେ । ନୂଆ ଚାକିରି ସନ୍ଧାନରେ ରହିଥିବା କିଛି ଅଫର ପାଇପାରନ୍ତି ଏହି ରାଶିର ଲୋକେ ।

Get real time updates directly on you device, subscribe now.