ମନ୍ତ୍ରୀଙ୍କୁ ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି 24 ଘଣ୍ଟା ମଧ୍ୟରେ ଉଡ଼ାଇଦେବୁ
ମନ୍ତ୍ରୀଙ୍କୁ ଫୋନରେ ମିଳୁଛି ହତ୍ୟା ଧମକ
ଝାରଖଣ୍ଡ: ମନ୍ତ୍ରୀଙ୍କୁ ଫୋନରେ ମିଳୁଛି ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି, 24 ଘଣ୍ଟା ମଧ୍ୟରେ ବିସ୍ଫୋରଣ କରି ଉଡ଼ାଇଦେବୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡରେ।
ଗୁରୁବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଡକ୍ଟର ଇରଫାନ ଅନସାରୀଙ୍କୁ ଜଣେ ଅଜଣା ବ୍ୟକ୍ତି ତାଙ୍କ ମୋବାଇଲ୍ ଫୋନ୍ରେ ହତ୍ୟା ଧମକ ଦେଇଥିଲେ। ଧମକ ଦେଉଥିବା ବ୍ୟକ୍ତି ମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କୁ 24 ଘଣ୍ଟା ମଧ୍ୟରେ ବିସ୍ଫୋରଣ କରି ଉଡ଼ାଇ ଦିଆଯିବ।
ଏହି ଚାଞ୍ଚଲ୍ୟକର ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ମନ୍ତ୍ରୀ ଡକ୍ଟର ଇରଫାନ ଅନସାରୀ ତୁରନ୍ତ ଏ ସମ୍ପର୍କରେ ପୋଲିସ ଅଧିକ୍ଷକଙ୍କୁ ଜଣାଇଥିଲେ, ଯାହା ପରେ ପୋଲିସ ଘଟଣାର ଗମ୍ଭୀରତାକୁ ବିଚାର କରି ଦ୍ରୁତ ତଦନ୍ତ ଆରମ୍ଭ କରିଥିଲା। ଧମକପୂର୍ଣ୍ଣ କଲ୍ କାହାର ମୋବାଇଲ୍ ନମ୍ବରରୁ ଆସିଥିଲା ତାହା ତଦନ୍ତ କରାଯାଉଛି।