ବିଧାନସଭାରେ ଆତ୍ମାହୂତି ଧମକ ଦେଲେ ବିଧାୟକ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ପୁଣି ବିଧାନସଭାରେ ଆତ୍ମାହୂତି ଧମକ ଦେଇଛନ୍ତି ଜଣେ ବିଜେପି ବିଧାୟକ । ସମସ୍ତ ଧାନ କିଣାନଗଲେ ଆତ୍ମାହୂତି ଦେବାକୁ ଚେତାବନୀ ବିଧାୟକ ସୁବାସ ପାଣିଗ୍ରାହୀ ।

ତେବେ ଧାନ ସମସ୍ୟାକୁ ନେଇ ଆଜି ବିଧାନସଭାରେ ବିବୃତି ରଖିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଧାନ କିଣା ସମ୍ପର୍କରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଗୃହ କାର୍ଯ୍ୟ ଶେଷ ସୁଦ୍ଧା ବିବୃତି ଦେବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି । ଏହା ସହ ଅପରାହ୍ମ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।