fbpx

ଚମତ୍କାର ! ଫେରିଲା ମାଆ…ଭୂକମ୍ପର ୫ ଦିନ ପରେ ଆବର୍ଜନାରୁ ବାହାରିଥିଲା ଶିଶୁ , ଏବେ ୫୪ ଦିନ ପରେ ଜଣାପଡିଲା ମାଆ ଜୀବିତ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂକମ୍ପ ପରେ ଏକ ହୃଦୟ ବିଦାରକ ଖବର ଶୁଣିବାକୁ ମିଳିଥିଲା । ଭଗ୍ନାବଶେଷ ତଳୁ ଏକ କୋମଳମତି ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଶିଶୁ ବଞ୍ଚିଥିଲା , ହେଲେ ତା ମାଆର କୌଣସି ପତ୍ତା ମିଳି ନଥିଲା । ଏହି ଘଟଣା ଯେତିକି ଖୁସୀ ଦେଇଥିଲା , ସେତିକି ଦୁଃଖ ମଧ୍ୟ ଦେଇଥିଲା । ଖୁସି ଦେଇଥିଲା ଯେ , ଯାହା ହେଉ ଭଗବାନ ଚୁଆଟିକୁ ବଞ୍ଚାଇ ଦେଇଛନ୍ତି ହେଲେ ଦୁଃଖ ଥିଲା ଯେ ଛୁଆ ଟିର ମାଆ ନଥିଲା । କୁହାଯାଉଥିଲା ଛୁଆ ଟିର ମାଆ ବୋଧେ ଉୂକମ୍ପ ରେ ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛି । କିନ୍ତୁ ଏହି କଥା ଭୁଲ ପ୍ରମାଣିତ ହୋଇଛି ଏବଂ ଛୁଆଟିର ମାଆ ବଞ୍ଚିଛି ।

ଭଗବାନ ଗୋଟିଏ ଚମତ୍କାର କରିଥିଲେ ଛୁଆ ଟିକୁ ବଞ୍ଚାଇ , ଏବେ ଆଉ ଏକ ଚମତ୍କାର କଲେ ଛୁଆ ଟିର ମାଆକୁ ବଞ୍ଚାଇ । ତୁର୍କରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏହାରି ମଧ୍ୟରେ ଚୁଆ ଟିର ମାଆକୁ ମଧ୍ୟ ଖୋଜା ଚାଲିଥିଲା । ଆଶା ନଥିଲା, କିନ୍ତୁ ଉଦ୍ୟମ ଜାରି ରହିଲା । ଦିନ, ସପ୍ତାହ ଏବଂ ମାସ ବିତିବାରେ ଲାଗିଲା । ୫୦ ଦିନ ବିତି ଯିବା ପରେ ମଧ୍ୟ ମାଆକୁ ଖୋଜା ଚାଲିଥିଲା। ହଠାତ୍ ଏକ ଚମତ୍କାର ହେଲା ଏବଂ ଭୂକର୍ମ୍ପର ୫୪ ଦିନ ପରେ ଶିଶୁଟିର ମାଆର ସନ୍ଧାନ ମିଳିଲା । ଶେଷରେ ଉଭୟଙ୍କ ଡିଏନ୍ଏ ପରୀକ୍ଷା କରାଯାଇଥିଲା । ପ୍ରମାଣ ମିଳିଲା ପରେ ମାଆ କୋଳକୁ ଫେରିଲା ସେହି କୋମଳମତି ଶିଶୁ । ଶେଷରେ ପିଲାଟି ମାଆର କୋଳ ପାଇଲା । ମା’ର କ୍ଷୀର ମଧ୍ୟ ପିଇବା ପାଇଁ ମଧ୍ୟ ସକ୍ଷମ ହେବ । ଡାକ୍ତରଖାନାରେ ଚିକିତ୍ସା ସମୟରେ ଶିଶୁର ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଘଟିଛି।

ସୂଚନାଯୋଗ୍ୟ, ୬ ଫେବୃଆରୀ ୨୦୨୩ ରେ ତୁର୍କୀ ଏବଂ ସିରିଆରେ ଭୂକମ୍ପ ହୋଇଥିଲା। ୭.୭ ଏବଂ ୭.୬ ମ୍ୟାଗ୍ନିଚ୍ୟୁଡର ସେହି ଭୂକମ୍ପରେ ଉଭୟ ଦେଶରେ ବହୁତ ଧ୍ୱଂସ ଘଟିଥିଲା। ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଘର ନଷ୍ଟ ହୋଇଯାଇଥିଲା। ଭୂକମ୍ପ ପରେ ସବୁଆଡେ ବିନାଶର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁମାନେ ବଞ୍ଚିଥିଲେ ସେମାନେ ଜୀବନର ରାସ୍ତା ଖୋଜିବାକୁ ଚେଷ୍ଟା କରୁଥିଲେ। ଯେଉଁମାନେ ଅଳିଆ ଆବର୍ଜନାରେ ଫସି ରହିଥିଲେ ସେମାନେ ନିଜ ଜୀବନ ପାଇଁ ସଂଗ୍ରାମ କରୁଥିଲେ। ଏହି ସମୟରେ, ୧୨୮ ଘଣ୍ଟିଆ ଉଦ୍ଧାର କାର୍ଯ୍ୟ ପରେ ଜଣେ ନିରୀହ ଶିଶୁକୁ ଅଳିଆ ଆବର୍ଜନାରୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ।

ଉଦ୍ଧାରକାରୀ କର୍ମଚାରୀଙ୍କ ହାତରେ ସେହି ନିରୀହ ଶିଶୁର ଗଭୀର ଆଖି, ଯେପରି ଏକ ଲକ୍ଷ ଥର ଧନ୍ୟବାଦ ଜଣାଉଥିଲା । ଉଦ୍ଧାର କର୍ମଚାରୀମାନେ ନିଶ୍ଚିତ ଭାବରେ ପିଲାଟି ଅପେକ୍ଷା ଅଧିକ ଖୁସି ହୋଇଥିବେ । ପାଞ୍ଚ ଦିନ ଭୋକିଲା ଓ ଶୋଷିଲା ପରେ ପିଲାଟି ବହୁତ ଦୁର୍ବଳ ଥିଲା, କିନ୍ତୁ ଉଦ୍ଧାର କର୍ମଚାରୀଙ୍କ କଠିନ ପରିଶ୍ରମରୁ ବର୍ତ୍ତି ଯାଇଥିଲା। ଏବେ ଶିଶୁଟିକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତେ ପିଲା ପାଇଁ ଭାବପ୍ରବଣ ଥିଲେ ।ଏଥିପାଇଁ ପ୍ରାର୍ଥନା କରୁଥିଲେ । ପ୍ରାର୍ଥନା ଥିଲା ଯେ ଶିଶୁର ମା ଜୀବିତ ଥାଉ ଏବଂ ସେ ଯଥାଶୀଘ୍ର ଶିଶୁ ପାଖକୁ ଫେରୁ ଆସୁ । ଶେଷରେ ତାହା ହିଁ ହେଲା ।

 

Get real time updates directly on you device, subscribe now.