ଓଡ଼ିଶା ଭାସ୍କର: ମହାମାରୀ କରୋନା ଭଳି ପୁଣି ମୃତ୍ୟୁର ତାଣ୍ଡବ ରଚିବ ଆଉ ଏକ ଭାଇରସ । ସାରା ବିଶ୍ୱରେ ବଢିବାରେ ଲାଗିଛି ଏହି ନୂଆ ଘାତକ ଭାଇରସର ଭୟ । ଏକ ଲ୍ୟାବରୁ ଭାଇରସର ନମୁନା ଗାଏବ ହେବା ପରେ ଏହାକୁ ନେଇ ଆହୁରି ଭୟ ବଢିବାରେ ଲାଗିଛି । କରୋନା ଭଳି ଏହି ଭାଇରସ ପାଇଁ ବିଶ୍ୱକୁ ବିପଦ ହୋଇପାରେ ବୋଲି ଭୟ ସୃଷ୍ଟି ହୋଇଛି । କରୋନା ଭାଇରସର ମୃତ୍ୟୁର ତାଣ୍ଡବ ମନରୁ ଲିଭିନଥିବା ବେଳେ ପୁଣି ଏକ ଘାତକ ଭାଇରସର ନମୁନା ଚୋରି ପରେ କ’ଣ ହେବ, ସେନେଇ ଚିନ୍ତାରେ ସାରା ବିଶ୍ୱବ୍ରହ୍ମାଣ୍ଡ ।
ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ଏକ ଲ୍ୟାବରୁ ଶତାଧିକ ଘାତକ ଭାଇରସ୍ ନମୁନା ଗାୟବ ହୋଇଯାଇଛି। ଖୋଦ କୁଇନସଲ୍ୟାଣ୍ଡ ସରକାର ଏ ନେଇ ବଡ଼ ଘୋଷଣା କରିଛନ୍ତି। କୁଇନସଲ୍ୟାଣ୍ଡ ପବ୍ଲିକ୍ ହେଲଥ ଭାଇରୋଲଜି ଲାବରୋଟୋରୀରୁ ୩୨୩ ଟି ଘାତକ ଭାଇରସ୍ ନମୁନା ଗାୟବ ହୋଇଯାଇଛି । ଯେଉଁଥିରେ ହେନ୍ଦ୍ରା ଭାଇରସ୍, ଲାଇସା ଭାଇରସ୍ ଓ ହାଣ୍ଟା ଭଳି ଘାତକ ଭାଇରସ୍ ଥିଲା । ହେନ୍ଦ୍ରା ଏକ ଜୁନୋଟିକ୍ ବା ପ୍ରାଣୀରୁ ମାନବ ଦେହକୁ ଆସିଥିବା ଭାଇରସ୍, ଯାହା କେବଳ ଅଷ୍ଟ୍ରେଲିଆରେ ମିଳିଥାଏ ।
ସେହିପରି ହାଣ୍ଟା ଭାଇରସ୍ ଗମ୍ଭୀର ରୋଗ ସୃଷ୍ଟି କରିବା ସହିତ ରୋଗୀର ନିଶ୍ଚିତ ମୃତ୍ୟୁ ହୋଇଥାଏ। ସେହିପରି ଲାଇସା ଭାଇରସ୍ ଏକ ଭାଇରସ୍ ଗୋଷ୍ଠୀ, ଯାହା ମଣିଷଙ୍କୁ ଦେହରେ ଜଳାତଙ୍କ ରୋଗ ସୃଷ୍ଟି କରିଥାଏ। ପବ୍ଲିକ୍ ହେଲଥ ଭାଇରୋଲଜି ଲାବରୋଟୋରୀରେ ଜୀବ ରୋଗ ଓ ମାଛି ଓ କୀଟପତଙ୍ଗ ମାନଙ୍କ ଦ୍ୱାରା ବ୍ୟାପୁଥିବା ରୋଗ ବିଷୟରେ ଗବେଷଣା କରାଯାଏ। ତେବେ ସରକାର କରିଥିବା ଘୋଷଣାରେ ସ୍ୱୀକାର କରିଛନ୍ତି ଯେ, ଏହି ଭାଇରସ୍ ନମୁନା ଗାୟବ ହେବା ସତ୍ତେ୍ୱ କାହା ଉପରେ କୌଣସି ବିପଦ ନାହିଁ ।
ହେଲେ ଯଦି ଉଚିତ ସମୟରେ ଏହାର ତଦନ୍ତ କରାନଯାଏ ଏହି ଭାଇରସ ଯେ କରୋନା ଭଳି ଆତଙ୍କ ନ ରଚିବ ତାହା କହହେବନାହିଁ । ତେବେ ଏହାର ତଦନ୍ତ କରିବା ପାଇଁ ଅଷ୍ଟ୍ରେଲିଆ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ଏହାକୁ “ପ୍ରମୁଖ ଐତିହାସିକ ଜୀବ ଜାତି ସୁରକ୍ଷା ଅନୁଶାସନ ଉଲ୍ଲଙ୍ଘନ” ଧାରାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।