fbpx

ନୀତି ଆୟୋଗ ବୈଠକରେ ସାମିଲ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ: ସମୃଦ୍ଧ ଓଡିଶା ଗଠନ ଲାଗି ବୈଠକରେ ଉପସ୍ଥାପନ କରିବେ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ହେବାକୁ ଥିବା ଦିଲ୍ଲୀ ସ୍ଥିତ ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ନୀତି ଆୟୋଗ ବୈଠକରେ ଓଡିଶାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆଗାମୀ ଦିନରେ ନୂଆ ଓଡ଼ିଶା ଗଠନକୁ ସମୃଦ୍ଧ କରିବାକୁ ଯାଉଥିବା । ନୂଆ ସରକାର ରଖିଥିବା ଭିଜନକୁ ବୈଠକରେ ଉପସ୍ଥାପନା କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟି କରଣ କରିଛନ୍ତି।

ସେହିପରି କେବଳ ଓଡିଶା ନୁହେଁ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ସାମିଲ ହେବେ। ଏହି ବୈଠକର ସମାପ୍ତି ପରେ ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ରହିଛି। ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା କାର୍ୟ୍ୟକ୍ରମ ରହିଛି। ନୀତି ଆୟୋଗ ପରେ ଥିବା ଏହି ବୈଠକକୁ ବିଭିନ୍ନ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବର୍ଜନ କରିବା ସହ ନିନ୍ଦା କରିଛନ୍ତି । ।

ଆଜିର ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ ବା ଫୋକସ୍ ଉରପରେ ଚର୍ଚ୍ଚା କରାଯିବ। ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ରାଜ୍ୟ ଗୁଡିକର ଭୂମିକା ଉପରେ ମଧ୍ୟ ଚର୍ଚ୍ଚା ହେବ। ନୀତି ଆୟୋଗ ବୈଠକରେ ସାମିଲ ହୋଇଥିବା ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିକଶିତ ଭାରତ ଉପରେ ନିଜର ପରାମର୍ଶ ରଖିବେ ।

Get real time updates directly on you device, subscribe now.