ମହାପ୍ରଭୁଙ୍କ ପାଖରୁ ଆସିଲା ଆଜ୍ଞାମାଳ, ଆଜିଠାରୁ ଆରମ୍ଭ ହେବ ରଥ କାମ

ପରମ୍ପରା ଅନୁସାରେ ୩ ଖଣ୍ଡ ଧଉରା କାଠର ହେଲା ପୂଜାର୍ଚ୍ଚନା।

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ।

ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି।

ଏଥିପାଇଁ ମହାପ୍ରଭୁଙ୍କ ଠାରୁ ଆସିଲା ଆଜ୍ଞାମାଳ। ଆଜିଠାରୁ ଆରମ୍ଭ ହେବ ରଥକାମ। ତେବେ ପରମ୍ପରା ଅନୁସାରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେଲା। ଆଜିଠାରୁ ରଥକାମ ଆରମ୍ଭ ହେବ। ରଥଖଳାକୁ ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ। ଆଜିଠାରୁ ଆରମ୍ଭ ହେବ ଶ୍ରୀଜୀଉଙ୍କର ରଥ ନିର୍ମାଣ କାମ।