ଚୁଟି କାଟିଲେ, କିନ୍ତୁ ପଇସା ଦେଲେନି…ଏହି କ୍ରିକେଟରଙ୍କୁ ଧମକ ଦେଉଛନ୍ତି ସେଲୁନ ମାଲିକ!

ନୂଆଦିଲ୍ଲୀ: କ୍ରିକେଟରମାନଙ୍କ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ନୂଆ ନୂଆ ହେୟାର ଷ୍ଟାଇଲକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ହେୟାର ଷ୍ଟାଇଲ ଜଣେ କ୍ରିକେଟରଙ୍କୁ ଅସୁବିଧାରେ ପକାଇ ଦେଇଛି । ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେଜ ସିରିଜ ମଧ୍ୟରେ ଏହି ମାମଲା ସାମନାକୁ ଆସିଛି । ଜଣେ କ୍ରିକେଟରଙ୍କୁ ସେଲୁନରୁ ଧମକ ଦିଆଯାଉଥିବା ଖବର ଏବେ ଖୁବ ଭାଇରାଲ ହେବାରେ ଲାଗିଛି । କାରଣ ସେ ଚୁଟି କାଟି ଏହାର ଟଙ୍କା ନ ଦେଇ ଚାଲି ଆସିଥିବା କୁହାଯାଉଛି ।

ଆସେଜ ସିରିଜ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟାର ୱିକେଟ କିପର ଆଲେକ୍ସ କ୍ୟାରୀଙ୍କୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି । ରିପୋର୍ଟ ମୁତାବକ ଇଂଲଣ୍ଡରେ ଆଲେକ୍ସ ହେୟାରକଟ୍ କରି ଟଙ୍କା ନ ଦେଇ ଚାଲି ଆସିଛନ୍ତି । ଆଲେକ୍ସଙ୍କର ଏହି ହେୟାରକଟ୍ ପାଇଁ ୩୦ ପାଉଣ୍ଡ(୩୧୦୦ ଟଙ୍କା) ସେଲୁନରେ ଦେବାରେ ଥିଲା । କିନ୍ତୁ ସେ ଏହାକୁ ନ ଦେଇ ସେଠାରୁ ଚାଲି ଆସିଛନ୍ତି । ଏହାପରେ ସେଲୁନ ମାଲିକ ଆଲେକ୍ସ କ୍ୟାରୀଙ୍କୁ ଧମକ ମଧ୍ୟ ଦେଇଛନ୍ତି । ଆଡମ ନାମକ ଜଣେ ସେଲୁନ ମାଲିକ ସୋମବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ତେବେ ଏହି ସମୟ ଭିତରେ ଯଦି ଆଲେକ୍ସ କ୍ୟାରୀ ଏହି ଟଙ୍କା ନ ଦିଅନ୍ତି, ତେବେ ସେ ଏ ନେଇ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

Close shave for Alex Carey as Australia bat away bizarre haircut accusation

ଆସେଜ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟର ଦୁଇ ଦିନରେ ୨୪ଟି ୱିକେଟ ହାସଲ କରି ସାରିଛନ୍ତି ଉଭୟ ଦଳର ବୋଲର । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମ ପାଳିରେ ମିଚେଲ ମାର୍ଶଙ୍କ ଶତକ (୧୧୮) ପରେ ମଧ୍ୟ ୨୬୩ ରନ୍ କରିବାରେ ସକ୍ଷମ ହୋଇଥିଲା ଦଳ । ଏହାର ଜବାବରେ ଇଂଲଣ୍ଡ ୫୨.୩ ଓଭରରେ ୨୩୭ ରନ୍ କରି ଅଲଆଉଟ ହୋଇଛି । ଇଂଲଣ୍ଡର ଏହି ପାଳିରେ ଅଧିନାୟକ ବେନ୍ ଷ୍ଟୋକ୍ସ ୮୦ ରନ୍ ସଂଗ୍ରହ କରିଛନ୍ତି । ତେବେ ଦ୍ୱିତୀୟ ପାଳିରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୧୬ ରନ କରିଛନ୍ତି ।