ରନଓ୍ୱେ ବେଳେ ଏୟାର ଇଣ୍ଡିଆ ବିମାନରୁ ବାହାରିଗଲା ୩ଟି ଚକା, ପୁଣି ଏକ ବଡ଼ ଦୁର୍ଘଟଣା…

ମୁମ୍ୱାଇ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ।

ମୁମ୍ୱାଇ: ମୁମ୍ୱାଇ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ। ରନଓ୍ୱେରେ ବିମାନର ୩ଟି ଟାୟାର ଫାଟିଥିବା ସୂଚନା। ଏହାସହ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। କୋଚିରୁ ମୁମ୍ୱାଇ ଫେରୁଥିଲା ବିମାନ।

କୁହାଯାଉଛି  ମୁମ୍ବାଇରେ ବର୍ଷା ହୋଇଥିଲା, ଯାହା ଫଳରେ ବିମାନଟି ରନୱେ ବାହାରକୁ ଚାଲିଯାଇଥିଲା। ତଥାପି ଅବତରଣ ସମୟରେ ବିମାନର ଗତି କମ୍ ଥିବାରୁ କୌଣସି ବଡ଼ ଦୁର୍ଘଟଣା ଘଟି ନାହିଁ।

ସୂଚନା ଅନୁଯାୟୀ, ବିମାନରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ବିମାନରୁ ବାହାର କରିଦିଆଯାଇଛି। ଘଟଣାର ତଦନ୍ତ କରାଯାଉଛି। ବିମାନକୁ ବିମାନବନ୍ଦରରେ ହିଁ ଅଟକାଯାଇଛି।