ଦିଲ୍ଲୀରୁ ଗୋଆ ଯାଉଥିଲା ବିମାନ, ମଝି ଆକାଶରେ ଇଞ୍ଜିନ୍ ଫେଲ୍, ଆଉ ତା’ ପରେ…

ନୂଆଦିଲ୍ଲୀ,୧୬ା୭: ପୁଣି ଏକ ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନଟି ମୁମ୍ବାଇରେ ଜରୁରୀ ଅବତରଣ କରିଛି । ସୂତ୍ର ଅନୁଯାୟୀ, ଏହି ବିମାନର ଅବତରଣ ସମୟ ଆଜି ରାତି ଅର୍ଥାତ୍ ବୁଧବାର ୯:୪୨ ଥିଲା। ଏହାର ଗୋଟିଏ ଇଞ୍ଜିନ ଫେଲ୍ ହେବା ପରେ ପାଇଲଟ ରାତି ୯:୨୫ ରେ ଆଲାର୍ମ ବଜାଇଥିଲେ। ଏହି ଘଟଣା ଯୋଗୁ ବିମାନଟିକୁ ସୁରକ୍ଷିତ ଭାବରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଫଳରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି ।

ସେହିପରି ଗତକାଲି ରାତିରେ ଦିଲ୍ଲୀରୁ ପାଟନା ଆସୁଥିବା ଇଣ୍ଡିଗୋର ବିମାନ୬ଋ-୨୪୮୨ଅବତରଣ ସମୟରେ ରନୱେ ଟଚରେ ନ ଥିଲା ।  ପାଇଲଟ୍ ବିମାନକୁ ପୁଣି ଉଡ଼ାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆକାଶରେ ୪ ରାଉଣ୍ଡ ଚକ୍କର କାଟିଥିଲା ବିମାନ । ପରେ ଅବତରଣ କରିଥିଲା ।