fbpx

ହଜାର ଫୁଟ ଉଚ୍ଚରେ ବନ୍ଦ ହେଲା ପ୍ଲେନର ଇଞ୍ଜନ: ଜୀବନକୁ ବାଜି ଲଗାଇ ପାଇଲଟ କଲେ ଏପରି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଯୁବ ଯୁବ ସୋସିଆଲ ମିଡିଆ ୟୁଜର୍ସମାନେ ବିପଜ୍ଜନକ ଷ୍ଟଣ୍ଟକୁ ଭଲ ପାଉଥିବାର ଦେଖିବାକୁ ମିଳୁଛି । ସେମାନେ ନିଜକୁ ‘ଖତରୋ କି ଖିଲାଡି’ ଭାବେ ପ୍ରମାଣିତ କରିବାକୁ ଅଜବ କାରନାମା କରିଥାନ୍ତି । ନିକଟରେ ଏକ ଯୁବକ ସୋସିଆଲ ମିଡିଆରେ ଭାଇରାଲରେ ଖୁବ ଭାଇରାଲ ହେଉଛନ୍ତି, ଯାହାଙ୍କୁ ହଜାର ଫୁଟ ଉଚ୍ଚରେ ଉଡୁଥିବା ପ୍ଲେନରେ ବିପଜ୍ଜନକ କାରନାମା କରୁଥିବା ଦେଖିବାକୁ ମିଳିଛି ।

ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ଯୁବକ ହଜାର ଫୁଟ ଉପରେ ପ୍ଲେ ଉଡ଼ାଉଥିବା ନଜର ଆସିଥିଲେ । ସେହି ସମୟରେ ତାଙ୍କ ପ୍ଲେନର ଇଞ୍ଜିନ ଅଚାନକ୍ ବନ୍ଦ ହୋଇଥିଲା । ଏହା ପରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପାଇଲଟ୍ ଏକ ବିଦଜ୍ଜନକ ନିଷ୍ପତ୍ତି ନେଇଥିଲେ । ଯୁବକ ଜଣକ ପ୍ଲେନର ଇଞ୍ଜିନ ଠିକ୍ କରିବାକୁ ପ୍ଲେନ ବାହାରକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ବିମାନରୁ ବାହାରିବା ପୂର୍ବରୁ ଯୁବକ ଜଣକ ନିଜକୁ ସୁରକ୍ଷିତ ରଖିବା ପାଇଁ ଏକ ଦଉଡ଼ିରେ ନିଜ ଶରୀରରେ ବାନ୍ଧିଥିଲେ । ଏହା ପରେ ସେ ବିମାନର ଡୋର୍ ଖୋଲି ବାହାରକୁ ଯାଇଥିଲେ । ଏହା ପରେ ସେ ଆଗକୁ ଯାଇ ପ୍ରୋପେଲର ବା ପଙ୍ଖାକୁ ହାତରେ ଚଳାଇବାକୁ ଚେଷ୍ଟା କରିଥିଲେ । ଶେଷରେ ପ୍ରୋପେଲର ଚାଲିବା ଆରମ୍ଭ ହୋଇଥିଲା ଓ ଯୁବକ ଜଣକ ସୁରକ୍ଷିତ ଭାବେ ପୁଣି ନିଜ ସିଟକୁ ଫେରିଆସିଥିଲେ । ଅନ୍ୟପଟେ ଏହି ଲୋମ ଟାଙ୍କୁରା ଦୃଶ୍ୟ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ସେୟାର କରିଛନ୍ତି ।

Get real time updates directly on you device, subscribe now.