Big Breaking:ଆସନ୍ତା ୨୪ରୁ ହେବ ପିଏମ୍ ଆବାସ ସର୍ଭେ, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା

ଦେଢ଼ରୁ ଦୁଇମାସ ଚାଲିବ ଆବାସ ସର୍ଭେ। ଆସନ୍ତା ୨୪ ରେ  ଆବାସ ପୋର୍ଟାଲରେ ବିଧିବଦ୍ଧ ଭାବରେ ଲଞ୍ଚ କରିବେ ରାଜ୍ୟ ସରକାର।

ଭୁବନେଶ୍ୱର:  ଆସନ୍ତା ୨୪ରୁ ହେବ ପିଏମ୍ ଆବାସ ସର୍ଭେ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା। ଦେଢରୁ ଦୁଇମାସ ଚାଲିବ ଆବାସ ସର୍ଭେ।

ହେଲେ ଏଥର ପିଏମ ଆବାସ ଯୋଜନାରେ କେନ୍ଦ୍ର ସରକାର ନିୟମାବଳୀକୁ କୋହଳ କରିଛନ୍ତି। ଯେଉଁଥିରେ ଅନେକ ଲାଭ ପାଇପାରିବେ। ସ୍ୱାମୀଠାରୁ ଅଲଗା ରହୁଥିବା ମହିଳା ବି ଆବେଦନ କରିପାରିବେ।

ଏହାଛଡ଼ା ଦିବ୍ୟାଙ୍ଗ ଓ ବାପାଠୁ ଭିନ୍ନେ ହୋଇଥିବା ପୁଅବି ଆବେଦନ କରିପାରିବେ। ମାସିକ ଆୟ ୧୫ ହଜାରରୁ କମ୍‌ ଥିଲେ ବି ମିଳିବ ଘର। ପୂର୍ବରୁ ୧୦ ହଜାରରୁ କମ୍‌ ଆୟ ଥିଲେ ମିଳୁଥିଲା ଘର।

ଦୁଇମାସ ମଧ୍ୟରେ ରାଜ୍ୟ ସରକାର ସର୍ଭେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ଏହାଛଡ଼ା ଏଥର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟି ବଢ଼ିଛି। ଯାହା ଫଳରେ ଅନେକ ଲୋକ ଆବାସ ପାଇପାରିବେ।

ଏମିତିରେ ବି ଏଥର ଓଡ଼ିଶାରୁ ଅଧିକ ଲୋକ ଆବାସ ପାଇବେ ବୋଲି ସୂଚନା ମିଳିଛି। ଯେଉଁ ମାନଙ୍କ ଘରେ ବାଇକ୍ ଫ୍ରିଜ ଅଛି ସେମାନେ ବି ଏଥିରେ ଆବେଦନ କରିପାରିବେ। ଉଭୟ ଅଫଲାଇନ ଓ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।

ଆସନ୍ତା ୨୪ ରେ  ଆବାସ ପୋର୍ଟାଲରେ ବିଧିବଦ୍ଧ ଭାବରେ ଲଞ୍ଚ କରିବେ ରାଜ୍ୟ ସରକାର। ପଞ୍ଚାୟତଗୁଡ଼ିକରେ ଅଫଲାଇରେ ମଧ୍ୟ ଆବେଦନ କରିପାରିବେ।