ଭଦ୍ରକ: ଜୀବନରେ ‘ମୃତ୍ୟୁ’ ଏପରି ଏକ ଶବ୍ଦ, ଯାହା କେତେବେଳେ ବି ଆସିପାରେ । ଏହାର କେହି କଳ୍ପନା ମଧ୍ୟ କରିପାରିବେ ନାହିଁ । ଏହାରି ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ, ଯେଉଁଠାରେ ପ୍ରବଚନ ଦେଉଥିବା ବେଳେ ଜଣେ ପ୍ରବଚକ ଅଚାନକ୍ ଟଳିପଡ଼ିଥିଲେ ।
ମିଳିଥିବା ସୂଚନା ମୁତାବକ, ଭଦ୍ରକ ସାହାଡ ପଞ୍ଚାୟତ ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସର ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଏହାରି ମଧ୍ୟରେ ଅଚାନକ୍ ପ୍ରବଚକ ଗୋପାଳ ପ୍ରସାଦ ବେଜ ତଳେ ପଡିଯାଇଥିଲେ ।
ପରେ ତାଙ୍କର ସହଯୋଗମାନେ ଘଟଣାସ୍ଥଳରୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋପାଳ ପ୍ରସାଦଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।