fbpx

ଆସନ୍ତା ମଙ୍ଗଳବାର ଭୂମି ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି, ୯ଟି ରାଜ୍ୟର ସଚିବ ଓ ୬୮ ଜିଲ୍ଲାପାଳ ସମେତ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଭୂମି ସମ୍ମାନ ପ୍ରଦାନ କରିବେ । ଏହି ସମ୍ମାନ ୯ଟି ରାଜ୍ୟର ସଚିବ ଓ ୬୮ ଜିଲ୍ଲାପାଳ ସମେତ ସେମାନଙ୍କ ଟିମ୍‍ଗୁଡ଼ିକୁ ଦିଆଯିବ । ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ମୂଳ ଆଧାର ଗୁଡ଼ିକୁ ସ୍ଥିରତା ହାସଲ କରିବା କ୍ଷେତ୍ରରେ ବିଚକ୍ଷଣତା କାର୍ଯ୍ୟ ଯୋଗୁଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ । ପ୍ରଶାସନ ପାଇଁ ଜମିଜମା ରେକର୍ଡକୁ ଆଧୁନିକୀକରଣ କରିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ରାଜ୍ୟମାନଙ୍କର ରାଜସ୍ୱ ଜମି ପଞ୍ଜିକରଣ ଯେଉଁ କର୍ମକର୍ତ୍ତାମାନେ ଏହି ପୁରସ୍କାର ପାଇବେ ସେମାନଙ୍କ ପାଇଁ ଏହା ଗୁରୁ୍‍ତ୍ୱପୂର୍ଣ୍ଣ କାରଣ ୭୫ ବର୍ଷ ଭିତରେ ପ୍ରଥମଥର ପାଇଁ ସେମାନଙ୍କର କାର୍ଯ୍ୟକୁ ସ୍ୱୀକୃତି ଦେବାଲାଗି ଏହି ପୁରସ୍କାର ପ୍ରଦାନ କରାଯାଉଛି । ଭୂମି ସମ୍ମାନ ପ୍ରଦାନ କରିବା କ୍ଷେତ୍ରରେ ଚଳିତବର୍ଷ ଏକ ଐତିହାସିକ ବର୍ଷ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଭରସାଯୋଗ୍ୟ ଭାଗିଦାରୀତା ଆଧାରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗ ସଙ୍ଘୀୟ ବ୍ୟବସ୍ଥାର ଭୂମି ସମ୍ମାନ ଯୋଜନା ଏକ ଜ୍ୱଳନ୍ତ ଉଦାହରଣ । ସେ କହିଛନ୍ତି ଜମିଜମା ରେକର୍ଡ ଓ ପଞ୍ଜିକରଣକୁ ଡିଜିଟିକରଣ କରାଗଲେ କୋର୍ଟ ଗୁଡ଼ିକରେ ପଡିରହିଥିବା ବହୁ ମାମଲା ଗୁଡ଼ିକର ସମସ୍ୟାର ସମାଧାନ ହେବ ଏବଂ ବିବାଦ ସମାଧାନ ହେଲେ ଜିଡିପି କ୍ଷତି ହ୍ରାସ ପାଇବ । ଜମିଜମାର ବିବାଦୀୟ ସ୍ଥିତିକୁ ନେଇ ଅନେକ ପ୍ରକଳ୍ପ ହୋଇପାରୁନଥିବାରୁ ଦେଶର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହେଉଛି ।

Get real time updates directly on you device, subscribe now.