fbpx
BSKY
BJD YOUTH SKY
BJD MS SKY

ଭାଗ୍ୟ ବଦଳାଇଲା ମାଛ ! କେଜିଏର ଦାମ୍ ୧୪ ହଜାର ଟଙ୍କା

ମୋହନା: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ଓଡିଶାରେ ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଯାହାଫଳରେ ଅନେକ ଲୋକେ ଏହି ମତ୍ସଚାଷ କରି ସ୍ୱଭାବଲମ୍ବୀ ହୋଇ ପାରିଛନ୍ତି ।

ରାଜ୍ୟରେ ମତ୍ସ ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ, ମତ୍ସଜୀବୀମାନେ ଏହାରି ମଧ୍ୟମରେ ନିଜର ଏବଂ ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଆଜି ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଦିଘା ସମୁଦ୍ର ମୁହାଣରୁ ପ୍ରାୟ ୨୮ ଟି ବଡ ବଡ ତେଲିଆ ଭୋଳା ମାଛ ଧରାଯାଇ, ଏହାକୁ ଦିଘାର ମୋହନା ମାଛ ମାର୍କେଟରେ ବିକ୍ରି କରାଯାଇଛି । ତେବେ ଏହି ମାଛ କିଲୋ ପ୍ରତି ୧୪ ହଜାର ଟଙ୍କା ବିକ୍ରି ହୋଇଥିବା ଜଣାପଡିଛି ।

ଏହି ୨୮ ଟି ତୋଲିଆ ଭୋଳା ମାଛକୁ କୋଲକାତାର ଏକ ଫାର୍ମା କମ୍ପାନୀ କିଣିଥିବା ସୂଚନା ମିଳିଛି । ତେବେ ଗୋଟିଏ ତୋଲିଆ ଭୋଳା ମାଛ ପ୍ରାୟ ୮ ରୁ ୧୦ କେଜି ହେବ ବୋଲି ମତ୍ସ୍ୟ ବେପାରୀ କହୁଥିବା ବେଳେ, ୫୦କେଜି ମଛର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ସେମାନେ ଆକଳନ କରିଛନ୍ତି । ତେବେ ଏହି ତେଲିଆ ଭୋଳା ମାଛରୁ ସାଧାରଣତଃ ବଡ଼ ବଡ଼ ରୋଗ ର ଔଷଧ ତିଆରି କରାଯାଇଥାଏ । ଏଥିସହିତ ଏହି ମାଛକୁ ପ୍ରାୟତଃ ବିଦେଶୀ ମଦ କମ୍ପାନୀ ମାନେ କିଣି ଥାନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.