fbpx

ଦୀପାବଳି ପରେ ସତର୍କ ହୋଇଯାଅ ୫ ରାଶିର ଲୋକ: ୩୦ ଅକ୍ଟୋବରରୁ ଆରମ୍ଭ ହୋଇଯିବ ଖରାପ ସମୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଯାଇ ଅନ୍ୟ ରାଶିରେ ପ୍ରବେଶ କରନ୍ତି, ତାଙ୍କର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପଡ଼ିଥାଏ । ଏହି ରାଶି ପରିବର୍ତ୍ତନ କିଛି ରାଶିର ଚିହ୍ନ ପାଇଁ ଶୁଭ ବୋଲି ପ୍ରମାଣିତ ହୋଇଥିବା ବେଳେ କିଛି ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅକ୍ଟୋବର ୩୦ ରେ ମଙ୍ଗଳ ଗ୍ରହ ମିଥୁନରେ ପ୍ରବେଶ କରିବେ । ମଙ୍ଗଳ ରାଶିର ପରିବର୍ତ୍ତନ ଯୋଗୁୁଁ କେତେକ ରାଶି ଚିହ୍ନର ସମସ୍ୟା ବଢ଼ିଯାଇପାରେ ।

ମେଷ :-
ମିଥୁନରେ ମଙ୍ଗଳ ଗ୍ରହର ପ୍ରବେଶ ଯୋଗୁୁଁ ମେଷ ରାଶିର ଲୋକଙ୍କ ସମସ୍ୟା ବଢ଼ିପାରେ । ଏହି ସମୟରେ ଆପଣ ଯୁକ୍ତି ଓ ବିବାଦଠାରୁ ଦୂରେଇ ରହିବା ଉଚିତ୍ । ମଙ୍ଗଳ ପ୍ରବେଶ ଯୋଗୁଁ ଆପଣଙ୍କ ସର୍ମ୍ପକରେ ଫାଟ ସୃଷ୍ଟି ହୋଇପାରେ ।

ବୃଷ:-
ମଙ୍ଗଳ ଗ୍ରହର ପ୍ରବେଶ ବୃଷ ରାଶିର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ପ୍ରମାଣିତ ହୋଇପାରେ । ଏହି ସମୟରେ ଆପଣଙ୍କୁ ଲଭ୍ ଲାଇଫରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଆର୍ଥିକ ସମସ୍ୟା ବଢ଼ିପାରେ । ପାରିବାରିକ ବିବାଦର ସମ୍ଭାବନା ରହିଛି ।

କର୍କଟ:-
ମଙ୍ଗଳ ଗ୍ରହର ପ୍ରବେଶ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭ ବୋଲି କୁହାଯିବ ନାହିଁ । ଏହି ସମୟ ମଧ୍ୟରେ ଆପଣଙ୍କ ଖର୍ଚ୍ଚ ବଢ଼ିିପାରେ । ଯେଉଁଥିପାଇଁ ଆପଣଙ୍କୁ ଆର୍ôଥକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।

ମିଥୁନ:-
ମଙ୍ଗଳ ଗ୍ରହର ପ୍ରବେଶ ମିଥୁନ ରାଶିର ଲୋକଙ୍କ ପାଇଁ ଅଶୁଭ ବୋଲି ପ୍ରମାଣିତ ହୋଇପାରେ । ଏହି ସମୟରେ ଆପଣ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ନିବେଶ ପାଇଁ ସମୟ ଅନୁକୂଳ ନୁହେଁ ।

ମୀନ:-
ମଙ୍ଗଳ ଗ୍ରହର ପ୍ରବେଶ ମୀନ ରାଶିର ଲୋକମାନଙ୍କ ପାଇଁ ଟିକେ କଷ୍ଟଦାୟକ ହୋଇପାରେ । ଏହି ସମୟରେ କୌଣସି ନୂଆ କାମ ଆରମ୍ଭ କରିବାଠାରୁ ଦୂରେଇ ରୁହ । ଏହି ସମୟ ମଧ୍ୟରେ ଆପଣଙ୍କର ସୁଖ-ସୁବିଧା କମିପାରେ । ମାତାର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ।

Get real time updates directly on you device, subscribe now.