ପ୍ରଧାନମନ୍ତ୍ରୀ ଦେବେ ବଡ଼ ଉପହାର, ଜନ୍ମଦିନରେ ୫୦ ହଜାର ଲୋକଙ୍କୁ ମିଳିବ ଘର
ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କରାଯାଇଛି ଯୋଜନାରେ ସାମିଲ।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ମିଳିବ ଘର। ୫୦ ହଜାର ଲୋକଙ୍କୁୁ ବଣ୍ଟାଯିବ ଅନ୍ତ୍ୟୋଦୟ ଘର। ସୂଚନା ଦେଲେ ପଞ୍ଚାୟତ ମନ୍ତ୍ରୀ ରବିନାରାୟଣ ନାୟକ।
ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କରାଯାଇଛି ଯୋଜନାରେ ସାମିଲ।
ନଭେମ୍ବରରେ ପିଏମ୍ ଆବାସର କାର୍ଯ୍ୟାଦେଶ ଦିଆଯିବ ବୋଲି କହିଲେ ମନ୍ତ୍ରୀ। ନୂଆ ପିଏମ୍ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ଲକ୍ଷ ହିତାଧିକାରୀ।
୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପଡ଼ୁଛି। ଏହି ୫୦ ହଜାର ଘର ପାଇବେ ହିତାଧିକାରୀ।